ନିଳୋକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବନ୍ତ, (ଚାନ୍ଦିନୀ ମହାନ୍ତି):ସମଗ୍ର ରାଜ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିଳୋକ ପଞ୍ଚାୟତ ଅଫିସ ଛକ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ନିଳୋକ, ପଳାସଗଢିଆ ଆଦି ଗ୍ରାମ ପରିକ୍ରମା କରାଯାଇ ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଅବଗତ କରାଯାଇଥିଲା । ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ନିରଞ୍ଜନ ମଲ୍ଲିକ, ପଞ୍ଚାୟତ ବିଜେଡି ସଭାପତି ପଦ୍ମନାଭ ନାୟକ, ସରପଞ୍ଚ ରଜନୀ ସେଠୀ, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ଆଲୋକ କୁମାର ରାଉତ, ବାଇଧର ରାଜ, ସୁଶାନ୍ତ କୁମାର ସାହୁ, ହୃଷିକେଶ ସାହୁ, ନବ କିଶୋର ଜେନା, ପର୍ଶୁରାମ ବାରିକ, ନକୁଳ ଚରଣ ଖିଲାର, କାହ୍ନୁ ଚରଣ ନାୟକ, ନାରାୟଣ ଚନ୍ଦ୍ର ଦାଶ, ନିଳକଣ୍ଠ ମିଶ୍ର, ପ୍ରଫୁଲ୍ଲ ଲେଙ୍କା, ବସନ୍ତ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ମହାନ୍ତି, ରାମ ଚନ୍ଦ୍ର ଦାଶ, ନିତ୍ୟାନନ୍ଦ ଜେନାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ