ନିଳୋକ ସତ୍ସଙ୍ଗ କେନ୍ଦ୍ରରେ ବାର୍ଷିକ ଉତ୍ସବ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ରବିବାର ବନ୍ତ ବ୍ଲକ ନିଳୋକ ସତ୍ସଙ୍ଗ କେନ୍ଦ୍ରରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ତମ ଜନ୍ମୋତ୍ସବ ଓ ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସହପ୍ରତିଋତ୍ୱିକ ସ୍ୱାଇଁ ଶ୍ରୀ ନୃସିଂହ ଶ୍ରୀଚନ୍ଦନଙ୍କ ପୌରହିତ୍ୟରେ ଅନୁଷ୍ଠିତ ସତ୍ସଙ୍ଗରେ ବକ୍ତା ଭାବେ ସହପ୍ରତିଋତ୍ୱିକ କ୍ଷୀରୋଦ କୁମାର ସ୍ୱାଇଁ, ଅଧିକାରୀ ମୃତ୍ୟୁଞ୍ଜୟ ଦାଶ ଯୋଗ ଦେଇ ଠାକୁରଙ୍କ ଭାବାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଯାଜକ କର୍ମୀ ଗଙ୍ଗାଧର ପୁହାଣ ସତ୍ୟାନୁସରଣ ପାଠ କରିଥିବା ବେଳେ ଗଙ୍ଗାଧର ପାତ୍ର, ଶଶୀକାନ୍ତ ପାଣି, ସୁମତି ପାଣି, ପ୍ରଫୁଲ୍ଲ ସାହୁ ପ୍ରମୁଖ ସଙ୍ଗୀତାଞ୍ଜଳୀ ଓ କୀର୍ତ୍ତନ ପରିବେଷଣ କରିଥିଲେ । ପ୍ରାରମ୍ଭରେ ବେଦ ମାଙ୍ଗଳିକ, ନହବତ୍, ଉଷାକୀର୍ତ୍ତନ, ସମବେତ ଉଷାବିନତୀ, ଗ୍ରନ୍ଥପାଠ, ସଙ୍ଗୀତାଞ୍ଜଳୀ, ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମାତୃସମ୍ମିଳନୀ ଓ ସନ୍ଧ୍ୟାରେ ସନ୍ଧ୍ୟା ବିନତି, ନାମଜପ ଓ ଗ୍ରନ୍ଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଯାଜକ କର୍ମୀ ଅବିନାଶ ଚନ୍ଦ୍ର ନାୟକ, ଲକ୍ଷ୍ମୀଧର ଲେଙ୍କା, ଉପେନ୍ଦ୍ର ମିଶ୍ର, ମଦନ ମୋହନ ଜେନା, ନିରଞ୍ଜନ ପଣ୍ଡା, କାଳନ୍ଦି ଚରଣ ସାହୁ, ହରିହର ବାରିକ, ବାବାଜି ଚରଣ ବାରିକ, ପଦ୍ମଲୋଚନ ବାରିକ, ମଧୁସୂଦନ ବେହେରା, ଗୋପାଳ ବାରିକ, ମଧୁସୂଦନ ନାୟକ, ଅନିରୁଦ୍ଧ ନାୟକଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ । ଏଥିରେ ନିଳୋକ, ପଧାନପଡା, ସେଣ୍ଢତୀରା, ବନ୍ତ, ଟିଲୋ ପଞ୍ଚାୟତ ସମେତ ଭଣ୍ଡାରିପୋଖରୀ ବ୍ଲକରୁ ଶତାଧିକ ଗୁରୁଭ୍ରାତ୍ରା ଓ ମାଆ ମାନେ ଯୋଗ ଦେଇଥଲେ ।