ନିଳୋକ ହାଇସ୍କୁଲରେ ଖୋଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ଗୁରବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ହାଇସ୍କୁଲ ଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯିବାକୁ ନିର୍ଦ୍ଦେଶ ହୋଇଥିଲା । ଏଥିନେଇ ଉକ୍ତ ପଞ୍ଚାୟତର ନିଳୋକ ହାଇସ୍କୁଲକୁ ଚୟନ କରାଯାଇଥିଲା । ଆଜି ସରପଞ୍ଚ ଅଶୋକ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଛି । ଏହି କେନ୍ଦ୍ରରେ ଆକ୍ରାନ୍ତଙ୍କ ପାଇଁ ୨୦ ବିଶିଷ୍ଟ ଶର୍ଯ୍ୟା, ବିଦ୍ୟୁତ୍‌, ଆଲୋକ, ପାଣି, ଔଷଧ ଆଦି ସମସ୍ତ ବ୍ୟବସ୍ଥା ରହିଛି । । ସେହିପରି ଉକ୍ତ ପଞ୍ଚାୟତ ପକ୍ଷରୁ ଗତ ୨ ଦିନ ଧରି ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ