ନିଳୋକ ହାଇସ୍କୁଲରେ ବନମହୋତ୍ସବ ସପ୍ତାହ ପାଳନ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲରେ ବନମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଜାତୀୟ ସବୁଜ ବାହିନୀର ତତ୍ତ୍ୱାବଧାରକ ତଥା ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ଶିକ୍ଷୟିତ୍ରୀ ଚିତ୍ରାବତୀ ବେହେରା, ସୁରଜିତା ବାଇ, ସ୍ୱୟଂପ୍ରଭା ନାୟକ ପ୍ରମୁଖ ସହାୟତା କରିଥିଲେ । ଏହି ଅବସରରେ ପିଲା ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ ।
ହେଲମେଟ ଚେକିଂ ବେଳେ ଧରା ପଡିଲା ଓଭରଲୋଡିଂ ବାଲି ଗାଡି