ନିଳୋକ ହାଇସ୍କୁଲର ବାର୍ଷିକ ଉତ୍ସବ: ଛାତ୍ରଛାତ୍ରୀ ମାନେ କର୍ତ୍ତବ୍ୟପରାୟଣ ଓ ଅଧ୍ୟବସାୟ ବଳରେ ବଡ ମଣିଷ ହୋଇପାରିବେ
ନିଳୋକ ହାଇସ୍କୁଲର ବାର୍ଷିକ ଉତ୍ସବ: ଛାତ୍ରଛାତ୍ରୀ ମାନେ କର୍ତ୍ତବ୍ୟପରାୟଣ ଓ ଅଧ୍ୟବସାୟ ବଳରେ ବଡ ମଣିଷ ହୋଇପାରିବେବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ୪୩ତମ ବାର୍ଷିକ ଉତ୍ସବ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମନମୋହନ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପାତ୍ର, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତି, ଭାସ୍କର ଚନ୍ଦ୍ର ପାଢୀ, କେନ୍ଦୁଆପଦା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶଶୀ ଶେଖର କରଶର୍ମା, ସରପଞ୍ଚ ଅଶୋକ କୁମାର ମହାନ୍ତି, ଭୁବନେଶ୍ୱରସ୍ଥିତ ରାଜଧାନୀ କଳା, ବିଜ୍ଞାନ, ବାଣିଜ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଭରତ ସାହୁ ଯୋଗ ଦେଇ କର୍ତ୍ତବ୍ୟ ପରାୟଣ ଓ ଅଧ୍ୟବସାୟ ବଳରେ ଛାତ୍ରଛାତ୍ରୀ ମାନେ ଜୀବନରେ ବଡ ମଣିଷ ହୋଇପାରିବେ ବୋଲି କହିଥିଲେ । ଏହି ଅବସରରେ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବିଦାୟୀକାଳୀନ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆବାହନୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷକ ସୁଧାକର ପଣ୍ଡା ଅତିଥି ପରିଚୟ, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ ବାର୍ଷିକ ବିବରଣୀ ପାଠ ଓ ସନାତନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଚିତ୍ରାବତୀ ବେହେରା, ସୁରଜିତା ବାଇ, ରବିନାରାୟଣ ଖିଲାର, ବିଜୟ କୁମାର ଦାସ, ଧରଣୀଧର ରାଉତ, ଉପେନ୍ଦ୍ର ମିଶ୍ର ସହାୟତା କରିଥିଲେ ।