ନିଶାଗ୍ରସ୍ତ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମଦ ନେଉଛି ଜୀବନ । ଅଧିକାଂଶ ପରିବାର ଅକାଳରେ ଚୂରମାର । ନିଶାଗ୍ରସ୍ତ ଙ୍କ କବଳରେ ଘରେ ବୁଢ଼ାବୁଢ଼ୀ, ସ୍ତ୍ରୀ,ଛୁଆପିଲା ।ସମାଜ ହେଉଛି ଅଶାନ୍ତ ।ଆଇନ କାନୁନକୁ ନିଶାଗ୍ରସ୍ତ ଙ୍କ ଫୁ । ଏଭଳି ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଗ୍ରାମ ପଞ୍ଚାୟତର ଡୋଲାଯୋଡି ଗ୍ରାମରେ । ଡୋଲାଯୋଡି ଗ୍ରାମର ବୁଢ଼ାନ ବାସ୍କେ(୫୮) ଓ ତା’ର ସ୍ତ୍ରୀ ଦେଉଲା ବାସ୍କେ(୪୬) ମଙ୍ଗଳବାର ଦିନ ଅପରାହ୍ନରେ ସ୍ଥାନୀୟ ରତନସାହି ହାଟକୁ ଯାଇ ଘର ପାଇଁ ତେଲ, ଲୁଣ, ପନିପରିବା ନେଇକି ଆସିଥିଲେ ।ବାଟରେ ବୁଢାନ ମଦ ପିଇ ଘରକୁ ଫେରିଥିବା ।ମଧ୍ୟ ରାତ୍ରରେ ନିଶାଗ୍ରସ୍ତ ବୁଢ଼ାନ ଓ ତାର ସ୍ତ୍ରୀ ଦେଉଲାଙ୍କ ମଧ୍ୟରେ ପାରିବାରିକ ସମସ୍ୟା ନେଇ ଉଚ୍ଚବାଚ ଓ ଯୁକ୍ତିତର୍କ ହୋଇଥିଲା । ଏଥିରେ ଚଣ୍ଡାଳ ସ୍ବାମୀ ଵୁଢାନ ହିତାହିତ ଜ୍ଞାନ ଭୁଲି ଏକ କୁରାଢି ବାହାର କରି ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ ର ମୁଣ୍ଡରେ ଏକ ଚୋଟ ମାରିଥିଲା ।ସେଠାରେ ଦେଉଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ଓ ମୃତ୍ୟୁ ବରଣ କରିଥିଲା । ଘଟଣାକୁ ଘରର ଛୁଆମାନେ ଦେଖିଛନ୍ତି ।ପରେ ବୁଢ଼ାନ ଘର ଛାଡ଼ି ସେହି ଗ୍ରାମର ତା’ର ଭଉଣୀ ଘର ଆସ୍ମେତ ସୋରେନ ଘରକୁ ଯାଇ ସବୁ ଘଟଣା କହିଥିଲା । ଘରେ ବୁଢାନର ଛୁଆ ଧନଞ୍ଜୟ, ରୁକ୍ମିଣୀ, ଚିତା ଓ ପୃଥୁ ଥିଲେ । ତିରିଂ ଥାନାଧିକାରୀ ପ୍ରଫୁଲ୍ଲ ବାରିକ ସକାଳେ ଖବର ପାଇ ଘଟଣାସ୍ଥଳରେ ସ୍ଥଳେ ପହଞ୍ଚି ତଦନ୍ତ କରିଥିଲେ । ତଦ ସହ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ଦେଉଲାର ଭାଇ ବାଳିକା ବାସ୍କେଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୭୮/୨୨ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ଦେଉଲାର ଭାଇ ବାରିସାଙ୍କଙ୍କ କହିବା ଅନୁଯାୟୀ ଦିର୍ଘ ୫ ବର୍ଷ ହେଲା ଭିଣୋଇ ଓ ଭଉଣୀ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ