ନିଶାନିବାରଣ ବିନା ଅଂହିସା ଅସମ୍ଭବମୋନାର ଆଲୋଚନାଚକ୍ରରେ ବିଭିନ୍ନ ବକ୍ତାଙ୍କ ମତ

ଭୂବନେଶ୍ୱର -: ମିଳିତ ଓଡିଶା ନିଶାନିବାରଣ ଅଭିଯାନ ଆନୁକୁଲ୍ୟରେ ସ୍ଥାନୀୟ ଲୋହିଆ ଏକାଡେମୀରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ୱରେ “ନିଶାନିବାରଣ ବିନା ଅହିଂସା ସମ୍ଭବ କି? ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଆଲୋଚନାଚକ୍ରକୁ ରୁଦ୍ଧିମନ୍ତ କରିଥିବା ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ସୂର୍ଯ୍ୟ ନାରାୟଣ ମିଶ୍ର, ବିଶିଷ୍ଟ ସମାଜସେବୀ ପ୍ରହଲ୍ଲାଦ ସିଂହ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲମ୍ବୋଦର ପ୍ରସାଦ ସିଂ, ଗାନ୍ଧୀଚିନ୍ତକ ଶ୍ରୀଯୁକ୍ତ ଗୌରାଙ୍ଗ ପରିଡା, ମିଳିତ ଓଡିଶା ନିଶାନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ, ବିଶିଷ୍ଟ ସାହିତ୍ୟିକ ରବିନ୍ଦ୍ରନାଥ ସାହୁ ପ୍ରମୁଖ ସମାଜକୁ ଧ୍ୱଂସମୁଖରୁ ରକ୍ଷାକରିବା ପାଇଁ ନିଶାନିବାରଣ କାର୍ଯ୍ୟକ୍ରମ ଏକାନ୍ତ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ମଦର ଭୟାବହତା ସାମ୍ପ୍ରତିକ ସମାଜକୁ ଗ୍ରାସ କରି ଚାଲିଥିବାବେଳେ ଜନସାଧାରଣଙ୍କ ପ୍ରତିନିଧି ଭାବେ କ୍ଷମତାକୁ ଆସିଥିବା ସରକାର ଜନସାଧାରଣଙ୍କ ଧନ ଓ ଜୀବନର ସୁରକ୍ଷା ଦାୟିତ୍ୱରେ ଥାଇ ମଦ ପ୍ରସାରଣ କରିଚାଲିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ବକ୍ତବ୍ୟ ରଖିଥିଲେ । ଗାନ୍ଧୀ-୧୫୦ ପାଳନ ଅବସରରେ ଗାନ୍ଧୀବିଚାରକୁ ଆବର୍ଜନାକୁ ଫୋପାଡି ଦେବା ଶଠତା ନୁହେଁ ତ ଆଉ କଣ ବୋଲି ବିଭିନ୍ନ ବକ୍ତାମାନେ ପ୍ରଶ୍ନ କରିଥିଲେ । ନିଶାନିବାରଣ ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ । ଘଟଣାକ୍ରମେ ବର୍ଷିୟାନ ସମାଜସେବୀ ପଦ୍ମଚରଣ ନାୟକଙ୍କର ଜନ୍ମତିଥୀ ଆଜି ହୋଇଥିବାରୁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କୁ ସମ୍ବର୍ନ୍ଧିତ କରିଥିଲେ ଓ ଦୀର୍ଘାୟୁ କାମନା କରିଥିଲେ । ଏହି ଆଲୋଚନାଚକ୍ରକୁ ନିଶାନିବାରଣ ଅଭିଯାନର ସମ୍ପାଦକ ଓ କର୍ମକର୍ତ୍ତା ସର୍ବଶ୍ରୀ ରମାକାନ୍ତ ମଣ୍ଡଳ, ମଳୟ ତ୍ରିପାଠୀ, ଅର୍ଜ୍ଜୁନ ସାମନ୍ତରାୟ, ଡ.ବିଜୟ ସ୍ୱାଇଁ, ଇନ୍ଦୁମତୀ ସାହୁ, ପ୍ରୀତି ନାୟକ, ଅସୀମା ତ୍ରିପାଠୀ, ଅପର୍ଣ୍ଣା ନାୟକ, କନକଲତା ଭଞ୍ଜ, ବାସନ୍ତୀ ଆଚାର୍ଯ୍ୟ, ଦିଲ୍ଲୀପ ଦାସ ଶର୍ମ୍ମା, କୈଳାସ ଚନ୍ଦ୍ର ମଲ୍ଲିକ, କିଷାନ ପଟ୍ଟନାୟକ, ଖଗେଶ୍ୱର ବଳ, ପ୍ରିୟନାଥ ଆଚାର୍ଯ୍ୟ, ସୁମିତ୍ରା ଜେନା, ଗିରିଜା ନାୟକ ପ୍ରମୁଖ ସଂଯୋଜନା କରିଥିଲେ । କବିତାରାଣୀ ପରିଡା, ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ