ନିଶାନିବାରଣ ସଚେତନା ରଥ ପରିକ୍ରମା, ନାଟକ ମଞ୍ଚସ୍ଥ

କାଶୀନଗର, (ରାଜେଶ ପଟନାୟକ):ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାକୁ ନିଶାମୁକ୍ତ କରିବା, ଓ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ପ୍ରୟାସ ଜାରି ରହିଛି l କାଶୀନଗର ଏନ. ଏ. ସି ଓ ବ୍ଲକ ରେ ନିଶାନିବାରଣ ନିମନ୍ତେ ଜନ ସଚେତନା ପାଇଁ ଏକ ରଥ ପରିକ୍ରମା କରିଥିଲା ସ୍ଥାନୀୟ ବି. ଡି. ଓ ଲଷ୍ମୀ ପ୍ରସାଦ ସାହୁ, ତହସିଲ ଦାର ଲାରିମନ ଖର୍ଶେଲ, ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ ପ୍ରମୁଖ ସଚେତନା ରାଲି ଓ ରଥ ପରିକ୍ରମା ର ଶୁଭାରମ୍ଭ କରିଥିଲେ l ନିଶା ନିବାରଣ ନିମନ୍ତେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା “ନିଶାମୁକ୍ତ ଭାରଣ´´ ନାଟକ କୁ ଜନସାଧାରଣ ଦର୍ଶନ କରି ବିଶେଷମୁଗ୍ନ ହୋଇଛନ୍ତି ବ୍ଲକ ଏନ. ଏ. ସି ର ସମସ୍ତ କର୍ମଚାରୀ କାର୍ଯ୍ୟ ରେ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ