ନିଶାମୁକ୍ତ ସମାଜ ଦାବିରେ ଉତ୍କଳ ମହିଳା ସମିତିର ୩ୟ ଜିଲ୍ଲା ସମ୍ମିଳନୀ

କେନ୍ଦ୍ରାପଡା – ସ୍ୱାଧୀନତାର ଦୀର୍ଘ ୭୩ ବର୍ଷ ପରେ ବି ଭାରତ ବର୍ଷର ମହିଳା ୨ୟ ଶ୍ରେଣୀର ନାଗରିକ ଭାବରେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛି । ନାରୀ- ପୁରୁଷ ସମାନତାର ବିଷୟ କେବଳ ଭାଷଣବାଜିରେ ଚାଲିଥିବା ବେଳେ ବାସ୍ତବ କ୍ଷେତ୍ରରେ ମହିଳାମାନେ ସାମାଜିକ ବାଛ ବିଚାର, ଆର୍ଥିକ ଓ ଶାରୀରିକ ଶୋଷଣ, ମାନସିକ ଯନ୍ତ୍ରଣାର ଶିକାର ହୋଇଚାଲିଛନ୍ତି । କେନ୍ଦ୍ର ଓ ରାଜ୍ୟ ଶାସନର ସରକାରୀ କଳ ଓ ଦଳର ପୃଷ୍ଠ ପୋଷିକାରେ ମହିଳାମାନେ ପ୍ରତିଦିନ ଦୁଷ୍କର୍ମ ଓ ମୃତ୍ୟୁର ଶିକାର ହେଉଥିବା କାରଣରୁ ଭାରତ ବର୍ଷ ବିଶ୍ୱର ମହିଳାମାନଙ୍କ ପାଇଁ ସବୁଠୁ ଅସୁରକ୍ଷିତ ରାଷ୍ଟ୍ରର ଦୁର୍ନାମ ବହନ କରୁଛି । ପ୍ରଚଣ୍ଡ ମହିଳା ବିରୋଧୀ ମନୁବାଦୀ ଦଳ ଓ ବ୍ୟକ୍ତିଗଣ କ୍ଷମତାସୀନ ହୋଇ ସର୍ବୋଚ୍ଚ ମୈାଳିକ ଅଧିକାରରୁ ବଂଚିତ କରି ଚାଲିଛନ୍ତି । ମହିଳାମାନଙ୍କ ଅଧିକାର ଓ ସମ୍ମାନ ପାଇଁ ରାଜନୈତିକ ଦଳ ଓ ସରକାରମାନେ ବାହାସ୍ପୋଟ ମାରୁଥିବାବେଳେ ସେମାନଙ୍କର ସାମ।ଜିକ ସମ୍ମାନ, ଆର୍ଥିକ ସ୍ଥିତି, ପାରିବାରିକ ଜୀବନ ଓ ସଂସାରକୁ ଉଜାଡିଦେବା ପାଇଁ ଚାରିଆଡେ ମଦର ବନ୍ୟା ସୃଷ୍ଟି କରିଛନ୍ତି । ଏପରି ପ୍ରତିକୂଳ ଅବସ୍ଥାରୁ ନିଜକୁ ଓ ସମାଜକୁ ରକ୍ଷା କରିବା ପାଇଁ ମହିଳାମାନେ ଐ୍ୟକ୍ୟବଦ୍ଧ ସଂଗ୍ରାମ କରିବା ପାଇଁ ଭାରତୀୟ ମହିଳା ମହାସଂଘର ରାଜ୍ୟ ଉପସଭାପତି କୃଷ୍ଣପ୍ରିୟା ମିଶ୍ର ସହବନ୍ଧିତ ସଂଗଠନ ଉତ୍କଳ ମହିଳା ସମିତିର ୩ୟ ଜିଲ୍ଲା ସମ୍ମିଳନୀର ମୁଖ୍ୟ ଅତିଥିରୂପେ ଯୋଗଦେଇ ଆହ୍ୱାନ ଜଣାଇଛନ୍ତି । କେନ୍ଦ୍ରାପଡା ବ୍ଲକର ଗୁଣ୍ଡୁଚିବଟଠାରେ ଆୟୋଜିତ ଉକ୍ତ ସମ୍ମିଳନୀକୁ ସଦର ଥାନାର ଭାରପ୍ରାପ୍ତ ଇନିସ୍ପେକ୍ଟର ପ୍ରମୋଦ ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିବା ବେଳେ ଡଃ. ଚିନ୍ମୟୀ ସାହାଣୀ ମୁଖ୍ୟବକ୍ତା ଓ ପ୍ରାଧ୍ୟାପକ ଅଜୟ ସାମଲ, ରମଣୀ ରଂଜନ ରାଉତରାୟ, ଆଦିକନ୍ଦ ରାଉଳ, ଅଜୟ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ମଦ ବିରୋଧି ନେତ୍ରୀ ଦ୍ରୈପଦୀ ରାଉତ, ସସ୍ମିତା ବେହେରା ଓ ସଂଯୁକ୍ତା ରାଉତଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଦ୍ୱାରା ପରିଚାଳିତ ଉକ୍ତ ସମ୍ମିଳନୀ ଆଗାମୀ ୩ବର୍ଷ ପାଇଁ ସଭାପତି ଭାବେ ନିରୁପମା ମହାନ୍ତି ଓ ସଂପାଦକ ଭାବେ ସୁବାସିନୀ ଭଦ୍ରଙ୍କ ନେତୃତ୍ୱରେ ଏକ ୧୭ ଜଣିଆ ଜିଲ୍ଲା ପରିଷଦ ନିର୍ବାଚନଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ