ନିଶାହେଲା କାଳ , ପୋଖରିରେ ବୁଡି ୧ ମୃତ
କୋଦଳା:(ଗୁଲସନ୍ କୁମାର କର) ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାଶୀ ସାମନ୍ତରାପୁର ସାହିର ରାଜକିଶୋର ସ୍ବାଇଁ (ବୁଲୁ) ନାମକ ୩୫ ବର୍ଷର ଯୁବକର ମୃତ୍ୟୁ ଘଟିଛି। ନିକଟସ୍ଥ ଦିଗାପଡା ପଞ୍ଚାୟତର ଧନଞ୍ଜୟପୁର ଗ୍ରାମର ଜମ୍ବେଶ୍ଵର ମନ୍ଦିର ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୋଖରୀରେ ପ୍ରବେଶ କରି ଗଭୀର ଜଳରୁ ଆଉ ଫେରି ଆସି ନପାରି ଜୀବନ ଚାଲିଯାଇଥିବା ଅନୁମାନ କରୁଛନ୍ତି। ତାଙ୍କର ପକେଟରୁ ମଦ ବୋତଲ ମିଳିଛି ଏବଂ କୋଦଳା ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ମେଡିକାଲକୁ ପଠାଇଥିବା ଜଣାପଡିଛି।


