ନିଶା ଔଷଧ କବଳରେ ଯୋଡା ସହର
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓøଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି । ବାହାର ରାଜ୍ୟରୁ ନିଶା ଓøଷଧ ଆଣି ସହରରେ ବିକ୍ରୟ ହେଉଛି । ପୋଲିସ ଜାଣିଶୁଣି ନିରବ ରହୁଥିବାରୁ ପରୋକ୍ଷରେ ଏହି ନିଶା ଓøଷଧ ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହନ ମିଳୁଛି । ପୋଲିସର କୋହଳ ମନଭାବ ହେତୁ ନିଶା ଓøଷଧ ବ୍ୟବସାୟୀ ମାନେ ଅବାଧରେ ଯୋଡା ସହରରେ ଏହି କାରବାର କରିଚାଲିଛନ୍ତି । ଯୋଡା ସହରରେ ଏହି କାରବାର କରିବା ପାଇଁ ବ୍ୟବସାୟୀ ଓ ଚାଲାଣକାରୀ ମାନେ ଉପଯୁକ୍ତ ସ୍ଥାନ ମଣୁଛନ୍ତି । ସହରରେ ଥିବା ବିଭିନ୍ନ ପାନ ଦୋକାନ, ଗ୍ରୋସରୀ ଦୋକାନ, ଚା ଦୋକାନ ଏପରିକି କିଛି ଅସାଧୁ ଓøଷଧ ଦୋକାନ ସହିତ ସାହିବସ୍ତିର ଗଳିକନ୍ଦିରେ ମଧ୍ୟ ଏହା ସହରେ ଉପଲବ୍ଧ ହୋଇପାରୁଛି । ରେ ମଧ୍ୟ ଏହି ନିଶା ଓøଷଧ ବିକ୍ରୟ ହେଉଥିବା ସୂତ୍ରରୁ ଜଣାପଡିଛି । ସୂତ୍ରରୁ ଜଣାପଡିଛି ଯେ, ଝାଡଖଣ୍ଡ ରାଜ୍ୟରୁ ନାଇଟ୍ରାଜିପାମ୍ (ନାଇଟ୍ ୧୦) ନାମକ ନିଶା ଓøଷଧ ଯୋଡା ସହରକୁ ଚାଲାଣ ହେଉଛି । ଏହି ଓøଷଧ ଅତିମାତ୍ରାରେ ଯୋଡା ସହରରେ ବିକ୍ରି ହେଉଛି କାରଣ, ଏହାକୁ ସେବନ କଲେ ମଦ, ଭାଙ୍ଗ, ଗଞ୍ଜେଇ ନିଶାଠାରୁ ଖୁବ୍ ଅଧିକ ନିଶା ହୋଇଥାଏ ବୋଲି ଯୋଡା ସହରର ଜୈନେକ ଜଣେ ଯୁବକ ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହରରେ କୋରେକ୍ସ କପ ସିରପ ଓ ପ୍ଲାଜମୋ ଟାବେଲେଟ୍ ମିଳୁନଥିବା ବେଳେ ବାହାର ରାଜ୍ୟରୁ ଚୋରା ଚାଲଣ ହୋଇ ଆସୁଥିବା ଏହି ନାଇଟ୍ରାଜିପାମ୍(ନାଇଟ୍ ୧୦) ଟାବଲେଟ୍ ବହୁ ମୂଲ୍ୟରେ ବିକ୍ରି ହୋଇଥାଏ । ଏହି ଓøଷଧ ସେବନ କରୁଥିବା ବ୍ୟକ୍ତି ଅକାରଣେ ତଳେ ପଡିଯାଉଥିବା ସେ କହିଛନ୍ତି । ଏହି କାରଣରୁ ଯୋଡାରେ ଜୈନେକ ବ୍ୟକ୍ତି ଏହି ଓøଷଧ ସେବନ କରି ନଦୀରେ ଗାଧଉଥିବା ବେଳେ ମୃତ୍ୟୁ ଘଟିଥିବା ସୂତ୍ରରୁ ଖବର ମିଳିଛି । ସହରର ଯୁବ ଗୋଷ୍ଠୀ ଏହି ନିଶା ଓøଷଧ ସେବନ କରି ସହରରେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ନିଶା ଓøଷଧ କୋରେକ୍ସ କପ୍ ସିରପ, ପ୍ଲାଜ୍ମୋ ଟାବଲେଟ୍ ପ୍ରଭୃତି ନିଶା ଓøଷଧ ସହରରେ ଚୋରାରେ ବିକ୍ରୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ନିଶା ଓøଷଧ କାରବାର ବ୍ୟବସାୟୀମାନେ ନକଲି କୋରେକ୍ସ ପ୍ରସ୍ତୁତ କରି ଯୋଡା ସହରରେ ବିକ୍ରି କରୁଥିବା ସୂତ୍ରରୁ ସୂଚନା ମିଳିଛି । କିଛି ବର୍ଷ ପୂର୍ବେ ଯୋଡାରେ ନକଲି କୋରେକ୍ସ ପ୍ରସ୍ତୁତ ହେଉଥିବା ସ୍ଥାନକୁ ଠାବ କରାଯାଇଥିଲା । ଏହି ନିଶା ଓøଷର ବ୍ୟବହାର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, କମ୍ ବୟସର ଯୁବକ ମାନଙ୍କଠାରୁ ଆରମ୍ଭ କରି ଟ୍ରକ, ଡ୍ରମ୍ପର ଡ୍ରାଇଭରମାନେ ମଧ୍ୟ ଏହାକୁ ସେବନ କରି ଗାଡି ଚଳାଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ଡ୍ରଗସ୍ ନିୟନ୍ତ୍ରିଣ ବିଭାଗ ର ଉଦାସୀନତା ଫଳରେ ଓøଷଧ ଦୋକାନ ଗୁଡିକରେ ବିନା ଡାକ୍ତରୀ ଚିଠାରେ ଏହି ନିଶା ଓøଷଧକୁ ଚଢା ଦରରେ ଓøଷଧ ଦୋକାନୀ ବିକ୍ରି କରୁଛନ୍ତି । ଏହା ଉପରେ ପ୍ରଶାସନ ଲଗାମ ନଲଗାଇଲେ ଯୋଡା ସହର ନିଶାବଳୟ ମଧ୍ୟକୁ ଚାଲିଯିବ ।