ନିଶା କବଳରେ ନାବାଳକ ଟଙ୍କା ପାଇଁ ଚୋରୀ

ନାଉଗାଁ, (ଓ୍ବାଇଏନ୍ଏସ୍) : ଥାନା ଅଂଚଳରେ ନାବାଳକମାନେ ଏବେ ନିଶା କବଳରେ । ନିଶା ଖାଇବା ପାଇଁ ଟଙ୍କା ଅଭାବ ପଡିବାରୁ ରାତିରେ ଚୋରୀ କରିବାକୁ ପଛଉ ନାହାନ୍ତି । ଯାହାକି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ବିଷୟ ପାଲଟିଛି । ନାଉଗାଁ ବଜାରରୁ ବୁଧବାର ବିଳମ୍ବିତ ରାତିରେ ୩ଟି ଦୋକାନରୁ ଚୋରି ହୋଇଥିଲା । ଦୋକାନୀମାନେ ପୃଥକ ଭାବେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଶୁକ୍ରବାର ସକାଳ ସମୟରେ ପାନ ଦୋକାନରୁ ଚୋରୀ ଯାଇଥିବା ଟଙ୍କାରୁ ଚୋରମାନଙ୍କର ସନ୍ଧାନ ମିଳିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ନାଉଗାଁ ଗାଁର କିଛି ଯୁବକ ଶୁକ୍ରବାର ସକାଳ ସମୟରେ ଜୈନିକ ନାବାଳକକୁ ନାଉଗାଁ ବଜାରରୁ ଚୋରୀ ସଂର୍ପକରେ ପଚାରିଥିଲେ । ଚୋରୀ ହୋଇଥିବା ଟଙ୍କାରେ ଚୁନ ଲାଗିଥିଲା । ଉକ୍ତ ଟଙ୍କାରେ ନିଶାଦ୍ରବ୍ୟ କିଣାଯାଇଥିବା ନାବାଳକକୁ ଉପସ୍ଥିତ ଯୁବକମାନେ କହିଥିଲେ । ଜୈନିକ ନାବାଳକ ଜଣକ ଭୟରେ ସବୁ ସତ କଥା ମାନି ଯାଇଥିଲା । ବୁଧବାର ରାତିରେ ହୋଇଥିବା ଚୋରୀରେ କିଏ କିଏ ସାମିଲ ଥିଲେ ସେମାନଙ୍କର ନାମକୁ ମଧ୍ୟ ପ୍ରକାଶ କରିଥିଲା । ନିଶା ପାଇଁ ଏହିପରି କାର୍ଯ୍ୟ କରିଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଁଚି ନାବାଳକକୁ ଉଦ୍ଧାର କରି ଥାନାରେ ଅଟକ ରଖିବା ସହିତ ତାର ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଥାନାରେ ଅଟକ ରଖିଥିବା ଜଣାଯାଇଛି । ନାଉଗାଁ ପୋଲିସ ଦୁଇ ଜଣ ନାବାଳକକୁ ଥାନାରେ ଅଟକ ରଖି ଚିନ୍ତାରେ ପଡିଯାଇଛି । ନାଉଗାଁ ଥାନା ଆରକ୍ଷୀ ନୀରିକ୍ଷକ ଭରତ କୁମାର ବେହେରାଙ୍କୁ ପଚାରିବାରକୁ ଅଟକ ଥିବା ନାବାଳକମାନେ ଚୋରୀରେ ସଂପୃକ୍ତ ଅଛନ୍ତିକି ନାହାନ୍ତି ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ