ନିଶା ନିବାରଣ ପାଇଁ ଭାରପ୍ରାପ୍ତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାରେ ନିଶା ସେବନ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ଏବଂ ସଂପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବା ସଂପର୍କରେ ଆଜି ଏକ ସ୍ମାରକ ପତ୍ର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ କ୍ଷୋଦ୍ ଭାରପ୍ରାପ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ନେହଲତା ପଣ୍ଡା ପ୍ରଦାନ କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତି ପଣ୍ଡାଙ୍କ ନେତୃତ୍ୱରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ଠାରେ ଜୁନ୍ ୨୬ ତାରିଖ ଦିନ ଆନ୍ତର୍ଜାତୀୟ ନିଶା ଔଷଧ ସେବନ ନିରୋଧ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଲ୍ଲାରେ ସଂପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସ୍ମାରକ ପତ୍ର ପ୍ରଦାନ ଅବସରେ ଆନୁସଙ୍ଗୀକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ଜିଲ୍ଲାପାଳ ଅବକାରୀ ଅଧୀକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ସାହୁ, କ୍ରିଡାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ସୟଦ ମୁକ୍ତାର, କିଶୋର ଚନ୍ଦ୍ର ସେନାପତି, ସନ୍ତ ରାଉଳ, କେ.ରମେଶ , ପ୍ରଶାନ୍ତ କୁମାର ମହାରଣା ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ