ନିଶା ପାଇଁ ସ୍ତ୍ରୀକୁ ପିଟି ପିଟି ଜୀବନରୁ ମାରିଦେଲା ସ୍ୱାମୀ
ଉଦଳା, (ରାଜୀବ କୁମାର ବେହେରା):ଉଦଳା କୁଣ୍ଡାବାଇ ଫାଣ୍ଡି ଅଧୀନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, ହାଣ୍ଡିଆ ପାଇଁ ସୈତାନ ହୋଇ ଗଲା ସ୍ୱାମୀ, କାଠ ଫlଳିଆରେ ଅମାନୁଷିକ ଭାବେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଇଗଲା, ଯେଉଁ ଘଟଣା ଏବେ ପୁରା ଅଞ୍ଚଳରେ ଚହଳ ପଡିଛି, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ୱାମୀ ଗିରଫ କରିଛି ଏବଂ ଦୁଇ ଟି କୁନି କୁନି ନା ବାଳକ ଙ୍କୁ ଉଦ୍ଧାର କରିଛି, ତେବେ ନିଶା ପାଇଁ ଏଭଳି କାଣ୍ଡ ଘଟିଛି, ତେବେ ସ୍ତ୍ରୀକୁ ମାରିବା ପରେ ଦୁଇ କୁନି ଛୁଆଙ୍କୁ ଜୀବନରୁ ଶେଷ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛି l ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଉପର ତାଳଡିହl ଗ୍ରାମରେ, ଗ୍ରାମର ଗୁରୁ ପ୍ରସାଦ ସିଂ ସ୍ତ୍ରୀ ସୀତା ସିଂ କୁ ମାରି ଦେବା ପରେ ଦୁଇ ଛୁଆକୁ ମାରିବାକୁ ଉଦ୍ୟମ କରି ଥିବା ବେଳେ ପୋଲିସ ପହଞ୍ଚି, ମୃତ ଦେହ ଜବଦ କରି, ହତ୍ୟାକାରୀ ସ୍ୱାମୀ କୁ ଗିରଫ କରିଛି ପୋଲିସ, ତେବେ ଘଟଣାରୁ ଯାହା ସ୍ପଷ୍ଟ ହୋଇଛି ସ୍ୱାମୀ ଜଙ୍ଗଲ ରୁ ଫେରିବା ବେଳକୁ ସବୁତକ ହାଣ୍ଡିଆ ପିଇ ଦେଇ ଥିଲା ନିଶାରେ ଚୁର ହୋଇ ଗଡୁଥିଲା ଏହାକୁ ଦେଖି ଗୁରୁପ୍ରସାଦ ଉତକ୍ଷିପ୍ତ ହୋଇ ରକ୍ତ ମୁଖା ହୋଇ ଜୀବନ ନେଇ ଥିଲା, ତେବେ ଘଟଣା ସ୍ଥଳରେ ପୋଲିସ ଏବଂ ଅନୁସନ୍ଧାନ କlରି ଦଳ ପହଁଚି ତଦନ୍ତ ଆରମ୍ଭ କରି ୩୮୧/୨୫ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖି, ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନା ଶବ ଗୃହକୁ ପଠାଇଛି.