ନିଶା ବିରୋଧି ସଚେତନତା’ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’, ବାଲେଶ୍ୱର ଶାଖା ପକ୍ଷରୁ ଆଇନ୍ଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଏକ ବିଶେଷ ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ମୋନାର ରାଜ୍ୟ କମିଟିର ଗୃହିତ ପ୍ରସ୍ତାବ କ୍ରମେ ଆଗାମୀ ଅକ୍ଟୋବର ୨ ତାରିଖରେ ବାଲେଶ୍ୱର ସହରସ୍ଥିତ ଫକୀରମୋହନ ଗୋଲାଇଠାରେ ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରତୀକ ଧାରଣା, ଗାନ୍ଧିଙ୍କ ଭଜନ ଓ ରାମଧୂନ୍ ଗାନ ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ଲକସ୍ତରରୁ ପ୍ରତିନିଧିମାନେ ଯୋଗଦେବାକୁ ନିବେଦନ କରାଯାଇଥିଲା । ସାଧାରଣ ସଂପାଦିକା ମମତା ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ଗାନ୍ଧି ଜୟନ୍ତୀରେ ଧାରଣାର ରୂପରେଖ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ବ୍ଲକ ସ୍ତରୀୟ କମିଟିମାନେ ଅକ୍ଟୋବର ୧୫ରୁ ୨୫ ତାରଖ ମଧ୍ୟରେ ବ୍ଳକ କାର୍ଯ୍ୟାଳୟଠାରେ ପ୍ରତୀକ ଧାରଣା କାର୍ଯ୍ୟକ୍ରମ କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା । ବାଲେଶ୍ୱର ସହରରେ ଦୁର୍ଗାପୂଜା କମିଟିମାନଙ୍କୁ ନିଶାନିବାରଣ ଜନିତ ବ୍ୟାନର ଦୁର୍ଗାମଣ୍ଡପ ମାନଙ୍କରେ ଲଗାଯିବା ପାଇଁଁ ବିକ୍ରମଜିତ୍ କରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବ୍ଲକ ସ୍ତରରେ କମିଟିମାନେ ନିର୍ବାହ କରିବାକୁ ନିଷ୍ପତି ନିଆଗଲା । ବୈଠକରେ ସର୍ବଶ୍ରୀ ସୁବ୍ରତ କର,ବସନ୍ତଲତା ପଟ୍ଟନାୟକ, ଚିତରଞ୍ଜନ ଦାସ, କୃଷ୍ଣମୋହନ ମୁର୍ମୂ, ପୂର୍ଣ୍ଣଚନ୍ଦ୍ର ବେହେରା, ଜାମସେଦ ଅଲ୍ଲି ଖାଁ, କମଳାକାନ୍ତ ଦାଶ, ପୀତାମ୍ବର ଭୂୟାଁ, କୁମୁନ୍ଦ ରଞ୍ଜନ ଗିରି, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ସୁକାନ୍ତି ଦେବଗୋସ୍ୱାମୀ, ସ୍ମୃତି ଦାସ, ସନାତନ ଦାସ, ଗୀତାଞ୍ଜଳି ସିଂହ, ପ୍ରଣୀତା ମିଶ୍ର, ତପସ୍ୱିନୀ କର, ଅକ୍ଷୟ କୁମାର ତ୍ରିପାଠୀ, ପ୍ରଫୁଲ୍ଲ ଦାସ ଓ ପ୍ରତାପଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସର୍ବଶେଷରେ ସ୍ୱର୍ଣ୍ଣଲତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ