ନିଶ୍ଚିନ୍ତା ପାହାଡ ର ପରିବେଶ ର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ କୁ ନିବେଦନ

ଢେଙ୍କାନାଳ, (ତାପସଦାସ):ସମ୍ପ୍ରତି ଯାଜପୁର ଜିଲ୍ଲା ର ଧର୍ମଶାଳା ଅଞ୍ଚଳ ପରେ ଗନ୍ଦିଆ ବ୍ଲକ ର ନିହଲ ପ୍ରସାଦ ଓ ପିଙ୍ଗୁଆ ଅଞ୍ଚଳ କଳା ପଥର ଚୋରା ବେପାରୀ ଙ୍କ ର ଏକ ହବ୍ ରେ ପରିଣତ ହୋଇଯାଇଛି ।ଏବେ କିଛି ଦିନ ତଳେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ର ହସ୍ତକ୍ଷେପ ପରେ ନିଶ୍ଚିନ୍ତା ପାହାଡ ଉପରେ ଢେ଼ଙ୍କାନାଳ ଜିଲ୍ଲା ପ୍ରଶାସନ ଏକ ବଡ଼ ଧରଣ ର ଚଢାଉ କରି ସଫଳତା ହାସଲ କରିଛି । ବିଗତ ୬ ମାସ ଧରି ଜିଲ୍ଲା ବାହାର ର ଚୋରା ପଥର ମାଫିଆ ମାନେ ସକ୍ରିୟ ହୋଇ ସ୍ଥାନୀୟ ପ୍ରଶାସନ ଓ ରାଜନେତା ଙ୍କ ସହାୟତା ରେ ରାଜ୍ୟ ସରକାର ଙ୍କ ର କୋଟି କୋଟି ଟଙ୍କା ରାଜସ୍ବ ଲୁଟ କରି ଆସୁଛନ୍ତି । ନିଶ୍ଚିନ୍ତା ପାହାଡ ର ନିକଟ ବର୍ତ୍ତି ଅଞ୍ଚଳ ରେ ପ୍ରାୟ ୪/୫ ଟି କ୍ରସର୍ କମ୍ପାନୀ ଜିଲ୍ଲା ପ୍ରଶାସନ ଠାରୁ ପୂର୍ବରୁ ଅନୁମତି ନେଇ କାରଖାନା ସ୍ଥାପନା କରିଛନ୍ତି। ସେହି କ୍ରସାର୍ କମ୍ପାନୀ ଗୁଡ଼ିକ ସେମାନଙ୍କୁ ଦିଆଯାଇଥିବା ଅନୁମୋଦିତ ପରିମାଣ ଠାରୁ ଢେର ଅଧିକ କଳା ପଥର ସ୍ଥାନୀୟ ଅଞ୍ଚଳ ରେ ବିସ୍ଫୋରକ ବ୍ୟବହାର କରି ଉତ୍ପାଦନ କରି ଆସୁଥିବା କଥା ସମସ୍ତେ ଜାଣନ୍ତି । ସେହିପରି ନିହଲ ପ୍ରସାଦ ରେ ପ୍ରତିଷ୍ଠିତ ଏକ କ୍ରସର କମ୍ପାନୀ ମାସକୁ ୩୦୦୦ ଟନ୍ କଳା ପଥର ଉତ୍ତୋଳନ ପାଇଁ ଅସ୍ଥାୟୀ ଅନୁମତି ନେଇ ଦିନକୁ ୧୦ହଜାର ଟନ୍ ରୁ ଅଧିକ କଳା ପଥର ଉତ୍ତୋଳନ କରି ଦିନ ଦ୍ୱିପ୍ରହର ରେ କୋଟି କୋଟି ଟଙ୍କା ସରକାରୀ ରାଜସ୍ବ ଲୁଟ କରି ଚାଲି ଥିଲେ ବି ସ୍ଥାନୀୟ ପ୍ରଶାସନ ଓ ଖଣି ବିଭାଗ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏବେ କିଛି ଦିନ ହେବ ପୁଣି ଆଉ ଏକ ନୂଆ କ୍ରସର କମ୍ପାନୀ ତାର ଶାଖା ବିସ୍ତାର କରିବା ପାଇଁ ଏକ ୫ ବର୍ଷିଆ ଅସ୍ଥାୟୀ ଅନୁମତି ପାଇଁ ଆବେଦନ ଜିଲ୍ଲା ପ୍ରଶାସନ କୁ କରିଥିବାର ଜଣା ପଡ଼ିଛି। ସବୁଠାରୁ ଆଶ୍ଚର୍ୟ୍ଯ ର ବିଷୟ ଏହିକି ଯେ ଏହି କ୍ରଶର କମ୍ପାନୀ କୁ ଅନୁମୋଦନ ଦେବା ପୂର୍ବରୁ କୌଣସି ଜନ ଶୁଣାଣି କରାଯାଉ ନାହିଁ କି ସ୍ଥାନୀୟ ପଞ୍ଚାୟତ ର ମତାମତ ନିଆ ଯାଉନାହିଁ । ନିହଲ୍ ପ୍ରସାଦ ଅଞ୍ଚଳ ରେ ଏହି କ୍ରଶର କମ୍ପାନୀ ଗୁଡ଼ିକ ଏତେ ମାତ୍ରା ରେ ଭୂଇଁ କୁ ୨୦୦ ମିଟର ରୁ ଅଧିକ ଡ୍ରିଲ୍ କରି ବ୍ଲାଷ୍ଟିଂ କରିବା ଦ୍ୱାରା ନିହଲ୍ ପ୍ରସାଦ ଆଖ ପାଖ ଅଞ୍ଚଳ ରେ ଶବ୍ଦ ପ୍ରଦୂଷଣ ହେବା ସାଙ୍ଗେ ସାଙ୍ଗେ ଟୋଲର ପଶି, କରଡ଼ାବାଣୀ, ନିତ୍ୟାନନ୍ଦ ପୁର , ଚଡକମାରା , ରାୟଗଡ଼ା , କଷ୍ଟି ପାଳ, ନିହଲ୍ ପ୍ରସାଦ , ବାଲି କିଆରୀ , ଶ୍ରୀମାନ୍ତ ପୂର୍ ଗ୍ରାମ ଗୁଡ଼ିକର ଜନ ସାଧାରଣ ଙ୍କ ର ମୂଲ୍ୟ ବାନ ଘର ଓ ସରକାରୀ ଅନୁଷ୍ଠାନ ର ଘର ଗୁଡ଼ିକ ଫାଟି ଯାଉଛି । ଏହି ବିପଦ ଜନକ ବିସ୍ଫୋରଣ ବେଳେ କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି । ଏଣୁ ଏହି ପରିସ୍ଥିତି କୁ ଅଖିଆଗରେ ରଖି ଜିଲ୍ଲା ପ୍ରଶାସନ ଆଉ ନୂଆ କ୍ରସର କମ୍ପାନୀ ପାଇଁ (PSK Infrastructure and Project) କୁ ଅନୁମୋଦନ ନଦେବା ପାଇଁ ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବିନ ନନ୍ଦ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଢେ଼ଙ୍କାନାଳ ଓ ଯାଜପୁର ସୀମା ଚଡକମରା ଗ୍ରାମରେ ସରକାର ଙ୍କ ଦ୍ଵାରା ଦିର୍ଘ ଦିନ ରୁ ସ୍ଥାପିତ ଏକ ରାଜସ୍ବ ଚେକ୍ ଗେଟ କୁ କାର୍ଯ୍ୟକ୍ଷମ କରି ଅଞ୍ଚଳ ରେ ହେଉଥିବା ବ୍ୟାପକ ଖଣିଜ ଦ୍ରବ୍ୟ ର ଚୋରା କାରବାର କୁ ରୋକିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ