ନିଷିଧାଂଚଳ ଓ ବଫର ଜୋନ୍ କୁ ବିଶୋଧନ କରାଗଲା
ଛତ୍ରପୁର, (ଓ୍ବାଇଏନ୍ଏସ୍):ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗତକାଲି ଦୁଇ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏନଏସି ପକ୍ଷରୁ ସିଲ କରାଯାଇଛି । ଚିହ୍ନଟ ଅଂଚଳ ତଥା ବ୍ୟାରେକ ସାହିକୁ କଟେନମେଂନଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହାସହ ରିକ୍କାପଲ୍ଲୀ ଛକ, ଶଙ୍କର ମଠ ସାହି, ରାମଲକ୍ଷ୍ମୀ ନଗର ଓ ବିଦ୍ୟାଧର ନଗରକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ବ୍ୟାରେକ୍ ସାହିକୁ ସଂଲଗ୍ନ କରୁଥିବା ଯାତାୟତ ରାସ୍ତାକୁ ବାରିକେଡ୍ ବାନ୍ଧି ସିଲ୍ କରାଯାଇଥିବା ବେଳେ ଲୋକଙ୍କୁ ବାହାରକୁ ଆସିବା ମନା କରାଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଛତ୍ରପୁର ଫାୟାର ବିଭାଗ ର କର୍ମଚାରୀ ମାନଙ୍କ ଦ୍ୱାରା ନିଷିଧାଂଚଳର ଓ ବଫର ଜୋନ୍ କ ବିଶୋଧନ କରାଯାଇଛି । ଏହା ସହିତ ସଂକ୍ର୍ର୍ର୍ର୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କ କଂନଟାକ୍ସ ଟ୍ରେସିଂ କରାଯାଉଛି ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯିବ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି ।


