ନିଷେଧାଞ୍ଚଳ ବେଆଇନ ଭାବେ ମାଛ ମାରୁଥିବା ବେଳେ, ଆନ୍ଧ୍ର ପ୍ରଦେଶ ଟ୍ରଲର ଜବତ ଓ ୮ ମତ୍ସ୍ୟଜୀବି ଅଟକ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜମ ବ୍ଲକର ଋଷିକୂଲ୍ୟା ମୁହାଣ ବଙ୍ଗୋପ ସାଗର ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଚ ପ୍ରଥମ ଏନ୍ତୁଡ଼ିଶାଳ ଭାବେ ବିଶ୍ଵରେ ପରିଚିତ ହୋଇଥିବା ଵେଳେ, ବର୍ତ୍ତମାନ ଅଲିଭ୍ ରିଡ୍‌ଲେଙ୍କ ମିଳନ ପକ୍ରିୟା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ବନ ଭିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗଞ୍ଜାମ ବ୍ଲକର ପ୍ରାୟଗି ଠାରୁ ଛତ୍ରପୁର ବ୍ଲକ ର ଆର୍ଯ୍ୟପଲ୍ଲୀ ସମୁଦ୍ରର ୨୦କିଲୋମିଟର ମଧ୍ୟରେ ମାଛ ଧରିବା ନିଷେଧ କରାଯାଇଛି। ଗତ କାଲି ରାତିରେ ଆନ୍ଧ୍ର ପ୍ରଦେଶ ଏକ ଟ୍ରଲର ଦ୍ୱାରା ୮ ଜଣ ମତ୍ସ୍ୟଜୀବି ବେଆଇନ ମାଛ ମାରୁଥିବା ବନ ବିଭାଗ ପକ୍ଷରୁ ଉକ୍ତ ଟ୍ରଲରକୁ ଜବତ କରିବା ସହ ୮ ମତ୍ସ୍ୟଜୀବିକୁ ଅଟକ ରଖିଥିବା ଜଣାପଡିଛି। ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ପେଟ୍ରୋଲିଂ ସ୍କ୍ବାର୍ଡ ସମୁଦ୍ରରେ ପେଟ୍ରୋଲିଂ କରିବା ସମୟରେ ଆନ୍ଧ୍ରପ୍ରଦେଶ ଟ୍ରଲରକୁ ଜବତ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳର ଏମ୍.ବିରାରାଜୁ, ସି.ଦୁର୍ଗା, ଏମ୍.ହାରାପାଡୁ, ପି.ଦୁର୍ଗା ରାୟ, ବି.ଲକ୍ଷ୍ମୟା,ଏମ୍.ଅମରୁ, କେ.ଆପନା, ସି.ଏଚ.ନାରାଜମା ପ୍ରମୁଖ ମସ୍ୟଜୀବୀ ମାନଙ୍କୁ ଅଟକ ରଖାଯାଇଛି।ଟ୍ରଲର ରେ ରହିଥିବା ୨୧୦ କିଲୋ ଓଜନର ମାଛକୁ ଫିସେରୀ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୩ ହଜାର ଟଙ୍କାର ନିଲାମ କରାଯାଇଥିବା ଜଣାପଡିଛି। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡି ଏଫ ଓ ଅମ୍ଳାନ ନାୟକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ