ନିଷ୍ଠା ପରିବାର ତରଫ ରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ସୋମ ବାର ଦିନ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ବର୍ଗତ ଦମ୍ପତ୍ତି ଗଙ୍ଗାଧର ପ୍ରଧାନ ଓ ଚମ୍ପାବତୀ ପ୍ରଧାନ ଙ୍କ ସ୍ମୃତିରେ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ନିଷ୍ଠା ପରିବାର, ପ୍ରଧାନ ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି, ବିରମହାରାଜ ପୁର ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତ ଦମ୍ପତ୍ତି ଙ୍କ ଝିଅ ଶ୍ରୀମତୀ ଯାଜ୍ଞସିନି ବାରିକ ଜ୍ବାଇଁ ସତ୍ୟ ନାରାୟଣ ବାରିକ, ପୁଅ ରାମେଶ୍ବର ପ୍ରଧାନ ଓ ଉମେଶ୍ଵର ପ୍ରଧାନ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରେ ସର୍ବମୋଟ ୧୩୨ ଜଣ ରୋଗୀ ଙ୍କ ର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୭ ଜଣ ରୋଗୀ ଙ୍କ ର ମାଗଣା ଅସ୍ତ୍ରୋପଚାର ପାଈଁ ଚିହ୍ନଟ ହୋଇଥିଲା ସେ ଭିତରୁ ମୋଟ ୧୦ଜଣଙ୍କୁ ମହାନଦୀ ନେତ୍ର ଚିକିତ୍ସାଳୟ ର ଏକ ସ୍ବତନ୍ତ୍ର ବସ ଯୋଗେ ପଣ୍ଡା ପାଲି ସ୍ଥିତ ଡାକ୍ତରଖାନା କୁ ନିଆଯାଇଥିଲା।ସମସ୍ତଙ୍କ ର ଅସ୍ତ୍ରୋପଚାର ପରେ ପୁଣି ମହୁଲ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସମସ୍ତ ଙ୍କୁ ପହଞ୍ଚାଇଦିଆଯିବ ।
ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି, ବିରମହାରାଜ ପୁର ର ଡାକ୍ତର କୌଶଳ ପଟେଲ, ଟେକ୍ନିସିଆନ ସୁଜିତ ଥପା, ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ପ୍ରଧାନ ପରିବାର ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ