ନିସନ୍ତାନ ଦମ୍ପତି ଆଇନ୍‌ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

ଯାଜପୁର,(ୱାଇଏନ୍ଏସ୍): ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ କେହି ସନ୍ତାନ ଦାନ କରିବା ହେଉ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ ଏ ନେଇ ସରକାରୀ ନିୟମ ରହିଛି । ଏହାର ଉଲଂଘନ କାରୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ସତର୍କ କରାଇ ଦେଇଛନ୍ତି । ଶୁକ୍ରବାର ପୁର୍ବାହ୍ନରେ ଜିଲା କାର୍ଯ୍ୟାଳୟ ଠାରୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲାପାଳ ଶ୍ରୀ ମଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସମଗ୍ର ଜିଲା ପରିକ୍ରମା କରିବାକୁ ଥିବା ଏହି ରଥକୁ ଉଦ୍‌ଘାଟନ କରି ଶ୍ରୀ ମଲିକ ପୋଷ୍ୟ ସନ୍ତାନ ବେଆଇନ୍ ଭାବେ ଗ୍ରହଣ ଏକ ଅପରାଧ ବୋଲି କହିଥିଲେ । ପିତୃ ମାତୃହୀନ, ଅବହେଳିତ ଓ ବିବିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ଶିଶୁ ମାନଙ୍କୁ ବିଭିନ୍ନ ଶିଶୁ ଯତ୍ନ ଗୃହରେ ରଖାଯିବାର ବ୍ୟବସ୍ଥା ହୋଇଥାଏ । ପରେ ସେମାନଙ୍କୁ ଆମଇନ୍‌ଗତ ଭାବେ ଆଗ୍ରହୀ ନିସନ୍ତାନଦମ୍ପତିଙ୍କୁ ପ୍ରଦାନ କରାଯାଇଥାଏ । ଆଗ୍ରହୀ ଦମ୍ପତି ଅନ୍‌ଲାଇନ୍ ମାଧ୍ୟମରେ ପଂଜିକୃତ କରାଇ ଆଇନ୍ ଅଦାଲତଙ୍କ ଦ୍ୱାରା ସ୍ୱିକୃତି ପ୍ରାପ୍ତ ହେଲେ ନିର୍ଦ୍ଧାରିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଶିଶୁ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମଲିକ କହିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସୁଚନା ଦେଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛୁକ ବ୍ୟକ୍ତି ମାନେ ସେମାନଙ୍କ ନାମ ଅନ୍‌ଲାଇନ୍ ମାଧ୍ୟମରେ ଡ଼ବ୍ଲୁ.ଡ଼ବ୍ଲୁ.ଡ଼ବ୍ଲୁ.ସିଏଆରଏ.ଏନ୍‌ଆଇସି.ଇନ ରେ ପଂଜିକୃତ କରାଇ ପାରିବେ ବୋଲି କହିଥିଲେ । ୨୦୧୭ନଭେମ୍ବର ମାସ ଠାରୁ ଯାଜପୁର ସହରର ବାଳାଶ୍ରମ ଠାରେ ସ୍ୱତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଲା ପରେ ବର୍ତ୍ତମାନ ସୁଦ୍ଧା ୪୧ଗଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ପ୍ରଦାନ କରାଯାଇଛି ବୋଲି ଶ୍ରୀ କର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ପ୍ରୋଗ୍ରାମ ଅଫିସର ମଞ୍ଜୁଳା ରଥ, ସମସ୍ତ ସିଡ଼ିପିଓ, ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତା, କାଳନ୍ଦୀ ଚରଣ ସାହୁ, ଅବିନା କୁମାରୀ ସାମନ୍ତ, ଶିଶିର ମଲିକ, ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ