ନିସ୍ଵାର୍ଥପର ସେବାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର
କୋଦଳା (ଯୁଗାବ୍ଦ ନ୍ୟୁଜ ) : ରାଜ୍ୟର ବିଭିନ୍ନ ସ୍ଥାନରେ ଅଫିସରମାନେ ଦୁର୍ନୀତି କରି ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଦୁଇଜଣ ନିସ୍ୱାର୍ଥପର ଡାକ୍ତର ଅଛନ୍ତି ତାହା ବାସ୍ତବିକ ନଦେଖିଲେ ବିଶ୍ୱାସ କରିହେବନାହିଁ । ସେମାନେ ହେଲେ ଡ଼ଃ ଚିନ୍ମୟ ମିଶ୍ର ଓ ଡ଼ଃ ଅଜିତ କୁମାର ଶୀଶା । ସୁଚନାନୁସାରେ, ୨୦୧୦-୧୧ ମସିହାରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ (କଟକ) ରେ ଅଧ୍ୟୟନ କରି ପ୍ରଥମେ ବୌଦ୍ଧରେ ଏକ ବର୍ଷ ଚାରି ମାସ କାର୍ୟ୍ୟ କରିବା ପରେ ମାର୍ଚ୍ଚ ୧୨ ତାରିଖରେ କୋଦଳା ମେଡିକାଲରେ କାର୍ୟ୍ୟଭାର ତୁଲାଇ ଥିଲେ ଡ଼ଃ ଚିନ୍ମୟ ମିଶ୍ର । ସେହିପରି ଡାକ୍ତର ଅଜିତ କୁମାର ଶୀଶା ୨୦୧୧-୧୨ ମସିହାରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲ ରେ ଅଧ୍ୟୟନ କଲା ପରେ ପ୍ରଥମେ କୋରାପୁଟ ଜିଲ୍ଲା ଦସମନ୍ତପୁରରେ ଆଠ ମାସ କାର୍ୟ୍ୟ କରିବା ପରେ ୧୮ ତାରିଖରୁ କୋଦଳା ମେଡିକାଲରେ କାର୍ୟ୍ୟ କରୁଛନ୍ତି । ଏହି ୨ ଜଣ ଡାକ୍ତର କୋଦଳା ମେଡିକାଲ ପାଇଁ ଦିନରାତି ପରିଶ୍ରମ କରି ଲୋକମାନଙ୍କୁ ଉତ୍ତମ ସେବା ଯୋଗାଉଥିବା ରୋଗୀମାନେ କହିଛନ୍ତି । ସୁଚନାଯୋଗ୍ୟ, ଦୀର୍ଘଦିନଧରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ରହୁନଥିବା ତଥା ରୋଗୀ ସଠିକ ଚିକିତ୍ସାରୁ ବଞ୍ଚିତ ରହୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାର ଏହି ଦୁଇଜଣ ଡାକ୍ତରଙ୍କୁ ସେଠାରେ ନିଯୁକ୍ତି ଦେଇଥିଲେ । ଏହି ଦୁଇଡଣ ଡାକ୍ତର ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସଦାସର୍ବଦା ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଗତ ଶନିବାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ. ବିଜୟ କୁମାର ପାଣିଗ୍ରାହୀ ଙ୍କ ସମେତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ. ମନୋଜ କୁମାର ପଣ୍ଡା , ଡାଟା ଅପରେଟର ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର ଅଚାନକ କୋଦଳା ମେଡିକାଲକୁ ଗସ୍ତ କରି ରୋଗମାନଙ୍କ ସମସ୍ୟା ଓ ଡାକ୍ତମାନଙ୍କ ରୋଗୀଙ୍କ ସହ ବ୍ୟବହାର ସଂପର୍କରେ ପଚାରିବୁଝିଥିଲେ । ଏହା ସହ ନିରାମୟ, ଟିବି ବିଭାଗ, ମ୍ୟାଲେରିଆ ଅସ୍ତ୍ରୋପଚାର ଗୃହ, ଆଉଟ ଡୋର ଇନ ଡୋର ଇତ୍ୟାଦି ଶ୍ରୀ ପାଣିଗ୍ରାହୀ ପରିଦର୍ଶନ କରିଥିଲେ । ତେବେ ମେଡିକାଲ ପରିବେଶ ସ୍ୱଚ୍ଛ ଓ ସୁନ୍ଦର ଥିବାରୁ ତଥା ରୋଗୀଙ୍କ ସହ କର୍ମଚାରୀମାନଙ୍କ ଉତ୍ତମ ସଂପର୍କକୁ ସ୍ୱସ୍ଥ୍ୟ ଅଧିକାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟ ଡାକ୍ତର ଦୁଇ ଜଣଙ୍କୁ ପ୍ରଶଂସା କରିଥିଲେ ।