ନିହାରିକା ରାଉତ ପୁନଃର୍ବାର ବ୍ଲକ ମହିଳା ବିଜେଡି ସଭାନେତ୍ରୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଭାବେ ନିହାରିକା ରାଉତ ପୁନଃର୍ବାର ନିଯୁକ୍ତି ପାଇଛନ୍ତି । ଏହି ନିଯୁକ୍ତି ନେଇ ବିଜେଡି ମହିଳା ଶାଖା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଘୋଷଣା କରିଛନ୍ତି । ଏନେଇ ନିହାରିକା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଛୁରିଆ, ବର୍ଷିୟାନ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ରାଜ୍ୟ ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ଦଳର ବନ୍ତ ଶାଖାକୁ ଅଧିକ ସୁଦୃଢ କରିବା ସହ ମହିଳା ମାନଙ୍କୁ ଦଳ ଆଡକୁ ଆକର୍ଷିତ କରିପାରିବ ବୋଲି ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଆଶାବ୍ୟକ୍ତ କରିଛନ୍ତି । ନିହାରିକା ଜଣେ ଉଚ୍ଚ ଶିକ୍ଷିତା ତଥା ମିଷ୍ଠଭାଷୀ ନାରୀନେତ୍ରୀ ଭାବେ ସାରା ଜିଲାରେ ପରିଚିତ । ପୂର୍ବରୁ ସେ ୨୦୧୨ରୁ ୨୦୧୭ ଟିଲୋ ପଞ୍ଚାୟତର ସମିତି ସଭ୍ୟା ଓ ୨୦୧୭ରୁ ୨୦୨୨ ଟିଲୋ ପଞ୍ଚାୟତର ସରପଞ୍ଚ ଭାବେ ଦୀର୍ଘ ୧୦ ବର୍ଷ ଧରି ଲୋକଙ୍କର ପ୍ରତିନିଧିତ୍ୱ କରିଛନ୍ତି । ଏହି ସମୟରେ ସେ ଜିଲାପାଳଙ୍କ ଠାରୁ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟଧାରା ପାଇଁ ପ୍ରଶଂସିତ ହୋଇଥିବା ବେଳେ ଖ୍ୟାତନାମା କଳିଙ୍ଗ ଟିଭି ତରଫରୁ ଜିଲାର ଶ୍ରେଷ୍ଠ ମହିଳା ସରପଞ୍ଚ ଭାବେ ସମ୍ମାନୀତ ହୋଇଥିଲେ । କରୋନା ସମୟରେ ନିଜେ ଆଗନ୍ତୁକ ମାନଙ୍କର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କରି ବ୍ଲକରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଟିଲୋ ପରି ଏକ ରାଜନୈତିକ ଅଗ୍ରଗାମୀ ପଞ୍ଚାୟତର ଦୁଇ ଦୁଇ ଥର ପ୍ରତିନିଧିତ୍ୱ କରି ତଥା ବନ୍ତ ବ୍ଲକ ସଦର ମହକୁମାର ବିଭିନ୍ନ ଜନକଲ୍ୟାଣ ସମାବେଶରେ ବିଜେଡି ତରଫରୁ ପ୍ରତିନିଧିତ୍ୱ କରିବାର ଅଭିଜ୍ଞତା ରଖିଥିବା ନିହାରିକା ବିଜୁ ଜନତା ଦଳର ପୁନର୍ବାର ବ୍ଲକ ସଭାନେତ୍ରୀ ରୂପେ ନିଯୁକ୍ତ ହେବା ନିଶ୍ଚିତ ରୂପେ ମହିଳା ମାନଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବା ସହ ଦଳର ସଙ୍ଗଠନକୁ ସୁଦୃଢ କରିବାରେ ସାହାଯ୍ୟ କରିବ ବୋଲି ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ବ୍ଲକ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା, ଟିଲୋ ସମବାୟ ତଥା ଟିଲୋ ବିଜେଡି ସଭାପତି ବିଜୟ ନାୟକ, ବରିଷ୍ଠ ନେତୃତ୍ୱ ସେକ୍ ଜଲାଲଉଦ୍ଦୀନ, ବେଣୁଧର ନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ, ଭୀମସେନ ସାମଲ, ପଧାନପଡା ସରପଞ୍ଚଗଜେନ୍ଦ୍ର ସେଠୀ, ରାଜ୍ୟ ଛାତ୍ର ଉପସଭାପତି ଚିନ୍ମୟ ଦାସ, ମାନସ ଜେନା, ଆଲୋକ ରାଉତ, ଟିଲୋ ସମିତି ସଭ୍ୟା ସୁଜାତା ସେଠୀ, ବସନ୍ତିଆ ସରପଞ୍ଚ ଅଶୋକ ସାହୁ, ନିଳୋକ ସରପଞ୍ଚ ରଜନୀ ସେଠୀ, ଗଣିଜାଙ୍ଗ ସରପଞ୍ଚ ରଶ୍ମିତା ସେଠୀ ଆଶାବ୍ୟକ୍ତ କରିଛନ୍ତି ।


