ନିୟତିର ବାର୍ଷିକ ସାଧାରଣ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର ରେ ନିୟତି ଭିନ୍ନକ୍ଷମଙ୍କ ପାଇଁ ସେବାରତ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ ସଭାପତି ଡକ୍ଟର ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇସାରିଛି। ଭିନ୍ନକ୍ଷମ ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି ଓ ସେବା ସହ ସେମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଂକଳ୍ପ ନେଇଥିଲେ। ଏହି ଅବସରରେ ଆସନ୍ତା ଦୁଇ ବର୍ଷ ନିମନ୍ତେ ସଭାପତି ଭାବରେ ଡ଼କ୍ଟର ଅଜୟ କୁମାର ତ୍ରିପାଠୀ,କାର୍ଯ୍ୟକାରିଣୀ ସଭାପତି ହରିମୋହନ ପଟନାୟକ,ଉପସଭାପତି ପ୍ରମୋଦ ନାୟକ ଓ ଯେମସ ରାଇକା ସମ୍ପାଦିକା ତନୁଜା ଶତପଥି, ସହସମ୍ପାଦକ ଅଜିତ୍ କୁମାର ପଟନାୟକ, କୋଷାଧ୍ୟକ୍ଷ ଲୋକନାଥ ମିଶ୍ର ସର୍ବସମ୍ମତି କ୍ରମେ ମନୋନୀତ ହେଲେ।କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଅରୁଣ କୁମାର ପଟନାୟକ ନିତ୍ୟାନନ୍ଦ ଚୌଧୁରୀ ଦିଲେଶ୍ଵର ରାଓ ମଳିକର୍ଜୁନ ପଟନାୟକ ସ୍ଵାଗତିକା ପାଢ଼ୀ ମନୋଜ ପଟନାୟକ ସୁରେଶ ମହାଙ୍କୁଡ଼ ରାଜେନ୍ଦ୍ର ସାହୁ ଅଶ୍ଵିନୀ ନାୟକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ରାମ ଚନ୍ଦ୍ର ପାଣିଗ୍ରାହୀ ମନୋନୟନ ହୋଇଛନ୍ତି ଉପଦେଷ୍ଟା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା,ଭାରତଭୂଷଣ ମହାନ୍ତି, ସୁଭାଷ ଚନ୍ଦ୍ର ପଣ୍ଡା ରହିଲେ।ଅନୁଷ୍ଠାନ ର ପ୍ରାକ୍ତନ ସମ୍ପାଦକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ