ନିୟନ୍ତ୍ରଣ ବାହାରେ ଘରୋଇ ଶିକ୍ଷାନୁଷ୍ଠାନ
ଦିଗପହଣ୍ଡି, ( ଯୁଗାବ୍ଦ ନ୍ୟୁଜ): ରାଜ୍ୟରେ ପ୍ରତିଦିନ ଛତୁଫୁଟିଲା ଭଳି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଘରୋଇ ଅନୁଷ୍ଠାନ ଗୁଡିକ ବୃଦ୍ଧି ପାଇବାଲେ ଲାଗିଛି । ଗଞ୍ଜାମ ଜିଲ୍ଳା ଦିଗପହଣ୍ଡି ସହରରେ କେବଳ ୮ରୁ ଉଦ୍ଧ୍ୱର୍ ପବ୍ଳିକ୍ ସ୍କୁଲ ଓ ପ୍ଲେ ସ୍କୁଲ ରହିଥିବା ବେଳେ ୫ଟି ଶିଶୁ ମନ୍ଦିର ଭଳି ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ବ୍ଳକର ବିଭିନ୍ନ ଅଞ୍ଚଳରେ ସମୁଦାୟ ୬୦ରୁ ଉଦ୍ଧ୍ୱର୍ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ଜଣାପଡିଛି । ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ବର୍ତ୍ତମାନ ବେଲଗାମ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅଭିଯୋଗ ହୋଇଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କିଛି ନିୟମିତ ଫିସ୍ ରହିନଥିବା ବେଳେ ଡୋନେସନ୍ ଆଳରେ ବେଧଡକ ଭାବରେ ଟଙ୍କା ଶୋଷଣ କରାଯାଉଥିବା ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ରେ ମୁକ୍ତ ଏବଂ ବାଧ୍ୟ ଶିକ୍ଷାଧିକାର ଆଇନ ୨୦୧୦ ପ୍ରକାରେ ୬ରୁ ୧୪ ବର୍ଷ ବୟସ ଶିଶୁ ମାନଙ୍କୁ ନିଶ୍ଚିତ ଏବଂ ମୁକ୍ତ ଶିକ୍ଷା ପ୍ରଦାନ କରାଯିବ । ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଲଘୁ ସଂଖ୍ୟା ଏବଂ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବେ । ଏହାର ସମସ୍ତ ଡାଟା ବେସ୍ ଅନଲାଇନ ମାଧ୍ୟମରେ ମହଜୁଦ ରଖି
କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ରାଜ୍ୟ ରାଜପଥ ପାଶ୍ୱର୍ରେ ରହିଥିବା ବେଳେ କିଛି ଘରୋଇ ଶିକ୍ଷାନୁଷ୍ଠାନ ଦୋମହଲା କୋଠା ଉପରେ ରହିଛି । ସେଗୁଡିକୁ କୋମଳ ମତି ଶିଶୁ ମାନେ ସିଡିରେ ଚଢି ଯାଉଥିବା ବେଳେ ପାଚେରୀ ବିହୀନ ଦୋମହଲା କୋଠା ଉପରେ ଚାଲୁଥିବା ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ବିପଦ ଜନକ ସ୍ଥିତିରେ ପିଲା ମାନେ ଚଳପ୍ରଚଳ ହେଉଥିବା ନଜିର୍ ରହିଛି । ସେହିପରି ଯେ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ପଞ୍ଜିତ୍କତ ହେବା ପୂର୍ବରୁ ସର୍ବପ୍ରଥମେ ଅନୁନ୍ୟ ୭ ଜଣିଆ ଗର୍ଭର୍ଣ୍ଣିଂ ବଡି ପ୍ରସ୍ତୁତ କରିବା ପରେ କର୍ମକର୍ତ୍ତା ଚୟନ କରିବାକୁ ବାଧ୍ୟତା ରହିଛି । ହେଲେ ପାରିବାରିକ ବ୍ୟବସାୟ ବୃଦ୍ଧି ଅ।।ଳରେ ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଗର୍ଭର୍ଣ୍ଣିଂ ବଡିରେ ଘରୋଇ ସଦସ୍ୟ ମାନେ ସାମିଲ ରହିଥିବା ସୂଚନା ଅଧିକାର ନିୟମ ବଳରେ ପ୍ରାପ୍ତ ତଥ୍ୟରୁ ହସ୍ତଗତ ହୋଇଛି । ସହର ଓ ବ୍ଳକାଞ୍ଚଳରେ ନବମ ଓ ଦଶମ ଶ୍ରେଣୀ ଉଚ୍ଚ ଶିକ୍ଷା ପାଇଁ ୧୦ରୁ ଉଦ୍ଧ୍ୱର୍ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ସରକାରୀ ବିଦ୍ୟାଳୟ ଗୁଡିକରେ ପାସ୍ ହାର ଏବଂ ଫଳାଫଳରେ ଅସନ୍ତୋଷ ବିକଳ୍ପ ଶିକ୍ଷାଦାନ ପାଇଁ ଏହି ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଏକାନ୍ତ ନିର୍ଭରଶୀଳ ହେଉଥିବାରୁ ସେଠାରେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କର ମନମାନି ବୃଦ୍ଧି ପାଉଛି ବୋଲି ସାଧାରଣରେ ସମାଲୋଚନା କରିବା ସହ ଅସନ୍ତୋଷ ପ୍ରକାଶ ପାଇଛି ।