ନିୟନ୍ତ୍ରଣ ହରାଇ ଓଲଟିଲା ଟ୍ରାକ୍ଟର
ଥୁଆମୂଳ ରାମପୁର,(ରଥ ଦୁରିଆ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁରକୁ ସଂଯୋଗ କରୁଥିବା ରାସ୍ତାର ସିଙ୍ଗାରୀ ଘାଟିରେ ଏକ ଟ୍ରାକ୍ଟର ଓଲଟି ପଡିଥିବା ବେଳେ ଘଟଣା ସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ କଲମପୁର ଅଞ୍ଚଳର ଏକ ଟ୍ରାକ୍ଟର ଥୁଆମୂଳ ରାମପୁର ଠାରୁ ଫେରୁଥିବା ବେଳେ ସିଙ୍ଗାରୀ ଘାଟିର ଇକୋ ପଏଣ୍ଟ ବୁଲାଣିରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଦୁର୍ଘଟଣା ଘଟିଛି।ହେଲେ ଉକ୍ତ ଟ୍ରାକ୍ଟରର ଡ୍ରାଇଭର କଲମପୁର ବ୍ଲକ ପଣ୍ଡି ଗାଁର ସଞ୍ଜୀବ ମାଝୀ(୪୫) ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡିଥିଲେ। ସୂଚନା ପାଇ ଥୁଆମୂଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଗୁରୁତର ଡ୍ରାଇଭର ସଞ୍ଜୀବ ମାଝୀଙ୍କୁ ଉଦ୍ଧାର କରି ପୋଲିସ ତାର ନିଜ ବୋଲେରୋ ଗାଡିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି।