ନିୟମିତ କରିବା ଦାବି ନେଇ ଜିଲ୍ଲା ବହୁମୁଖୀ କନିଷ୍ଟ ଶିକ୍ଷା ସହାୟକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) : ସରକାରଙ୍କ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା ବହୁଭାସି କନିଷ୍ଠ ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବା ଦାବି ନେଇ ସୋମବାର ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ୨୦୧୩-୧୪ ମସିହାରେ ଏମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ସରକାରଙ୍କ ନିୟମ ପ୍ରକାରେ ଜଣେ ଶିକ୍ଷା ସହାୟକ ୩ ବର୍ଷ କାର୍ଯ୍ୟ କଲା ପରେ ତାଙ୍କୁ କନିଷ୍ଟ ଶିକ୍ଷକ ଏବଂ ସି.ଟି, ବି.ଏ.ଡି ସହିତ ଓଟିଇଟି ପାସ ଥାଇ ନିରବିଚ୍ଛିନ୍ନ ୬ ବର୍ଷ ପରେ ନିୟମିତ କରାଯାଉଛି । ସମସ୍ତେ ଯୋଗ୍ୟତା ଥିବା ସତ୍ତ୍ୱେ ଏମାନେ ଆଦିବାସୀ ବହୁଭାସୀ ଶିକ୍ଷା ସହାୟକ ହୋଇଥିବାରୁ ସେମାନଙ୍କୁ ଅବହେଳା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ଦୁର୍ଯ୍ୟୋଧନ ମଲ୍ଲିକ, ଉପ ସଭାପତିି ରବୀନ୍ଦ୍ର ମଲ୍ଲିକ, ସମ୍ପାଦକ ସିଧୁ ପ୍ରଧାନ, ଯୁଗ୍ମ ସମ୍ପାଦକ ଲିଞ୍ଜୁମା ପ୍ରଧାନ ଓ ଗିରିଧର ପ୍ରଧାନ, କୋଷାଧ୍ୟକ୍ଷ ଇସ୍ରାଏଲ ମାଝି ଓ ଜିସାୟା ମୁଠାମାଝୀ, କାର୍ଯ୍ୟକାରିଣୀ ସଭାପତି ଅକ୍ଷୟ କହଁର, କସ୍ତୁରୀ ପ୍ରଧାନ, ଦିଲ୍ଲୀପ କୁମା କହଁର, ସୁନିତା ପ୍ରଧାନ ଓ ବିନିତା ପ୍ରଧାନଙ୍କ ସମେତ ବହୁ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।


