ନିୟମିତ ହୋଇଥିବା ଶିକ୍ଷକ ମାନଙ୍କୁ ପଦୋନ୍ନତି ପତ୍ର ପ୍ରଦାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଜିଲା ପରିଷଦ ଶିକ୍ଷକ ଭାବେ ଏବଂ ବ୍ଲକର ୧୦୧ ଜଣ ଶିକ୍ଷକଙ୍କୁ ଲେଭୁଲ-୫(ବି) ପଦୋନ୍ନତି କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଛି । ଉକ୍ତ ଉତ୍ସବରେ କରୋନା ନିୟମ ପାଳନ କରି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅମୁଲ୍ୟ କୁମାର ମିଶ୍ର, ଅନାମ ଚରଣ ଯେନା, ମୁଖ୍ୟ କିରାଣୀ ମଦନ ମୋହନ ନାୟକ, ବ୍ଲକ ଶିକ୍ଷକ ସଂଘର ସଭାପତି ସନାତନ ଦାସ, ସଂପାଦକ ନରେନ୍ଦ୍ର ସାହୁ, ନିରାକର ଜେନା, ଶୁଭେନ୍ଦ୍ର କୁମାର ବିଶ୍ୱାଳ, ଅନିରୁଦ୍ଧ ମଙ୍ଗଳ, ଅଜୟ ପ୍ରଧାନ, ପ୍ରଦୀପ କୁମାର ପଲେଇ, ସୁକୁମାର ଦାସ, ରବିନ୍ଦ୍ର କୁମାର ଯେନା ଆଦି ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି କରୁଣାକର ନାୟକ, ହଳଧର ସେଠୀ, ସୁକାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


