ନିୟମ ଉଲଂଘନ କରି ହୋମ କ୍ଵାରେଣ୍ଟାଇନକୁ ଗଲେ ୨ ବ୍ୟାଙ୍କ କର୍ମଚାରୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର କୋରନା ଭୁତାଣୁ କୁ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଓଡ଼ିଶାରେ ମଧ୍ୟ ସରକାର ବିଭିନ୍ନ ପ୍ରକାର ର ପଦକ୍ଷେପ ଗ୍ରହଣ କରିଛନ୍ତି । ଅପରପକ୍ଷରେ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ପୁରା ଜିଲ୍ଲାରେ ୧୯ ଘଣ୍ଟିଆ ସଟ ଡାଉନ ଘୋଷଣା ହେବା ପରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ନିୟମ କଡାକଡି କରାଯାଇଛି। ବିନା କାରଣରେ ସହର ମଧ୍ୟରେ ପ୍ରବେଶ କରୁଥିବା ଲୋକ ମାନଙ୍କୁ ଫେରାଇ ଦିଆଯାଉଛି। ନିଜେ ଉପଜିଲ୍ଲାପାଳ ଉପସ୍ଥିତ ରହି ଲୋକ ଙ୍କୁ ସଚେତନତା କରାଉଥିବା ବେଳେ ହଠାତ ୨ଜଣ ବ୍ୟାଙ୍କ କର୍ମଚାରୀ ବିନା କାରଣରେ ସହରରେ ବୁଲୁ ଥିବାର ଦେଖିବାରୁ ସେମାନଙ୍କୁ ଅଟକାଇ ପରିଚୟ ପତ୍ର ଓ ପାସ ଦେଖାଇ ବାକୁ କହିଥିଲେ ହେଲେ କର୍ମଚାରୀ ମାନେ କୌଣସି ଉତର ନ ଦେବାରୁ ତାଗିଦ କରିବା ସହ ଉଭୟ କର୍ମଚାରୀ ଙ୍କୁ ସ୍ଥାନୀୟ ଟାଉନ ହଲ ରେ ହୋଇଥିବା କ୍ୟାରେଣ୍ଟାଇନ ହୋମ କୁ ୧୪ ଦିନ ପାଇଁ ପଠାଇଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ପ୍ରଶାସନ ତରଫରୁ ସହରର ସମସ୍ତ ବ୍ୟାଙ୍କ ମ୍ୟାନେଜର ଙ୍କୁ ଚିଠି ଲେଖାଯାଇ ସମସ୍ତ କର୍ମଚାରୀ ଙ୍କୁ ମୁଖ୍ୟାଳୟ ରେ ରହିବାକୁ କୁହାଯାଇଥିଲା। ତଥାପି ମଧ୍ୟ କର୍ମଚାରୀ ମାନେ ନିୟମ ଉଲଘଂନ କରୁଥିବା ନଜର କୁ ଆସୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ