ନିୟମ ଉଲଙ୍ଘନ ୫ ଦଣ୍ଡୁଆଙ୍କୁ ଗିରଫ

ହିଞ୍ଜିଳିକାଟୁ ( ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣର ଭୟାହବହତାକୁ ନଜରରେ ରଖି ରାଜ୍ୟ ସରକାର ଗତ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣଶ କରିଥିବା ବେଳେ କେନ୍ଦ୍ର ସରକାର ଗୋଟିଏ ଦିନ ପାଇଁ ଜନତା କର୍ପ୍ୟୁ ଡ଼ାକରା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦର ୨୧ ଦିନ ପାଇଁ ପୁରା ଭାରତବର୍ଷକୁ ଲକଡ଼ାଉନ ଘୋଷଣା କରିଛନ୍ତି । ଫଳରେ ପୁରା ଭାରତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ସର୍ବସଧାରଣ ସ୍ଥାନରେ ୭ ଜଣରୁ ଅଧିକ ବ୍ୟକ୍ତି ସମାଗମ ହୋଇ ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ପ୍ରଶାସନର ନିୟମକୁ ବେଖାତିର କରି ହିଂଜିଳି ଥାନା ଆଲପୁର ଗ୍ରାମର ୧୮ ଦିନିଆ ଦଣ୍ଡନାଚ ଶୁକ୍ରବାର ଆରମ୍ଭ କରାଯାଇଥିଲା । ଖବର ପାଇ ହିଂଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର ସଂପୃକ୍ତ ଗ୍ରାମରେ ପଂହଚି ଦଣ୍ଡଯାତ୍ରା ନକରିବା ସକାଶେ ଅନୁରୋଧ କରିଥିଲେ । ଦଣ୍ଡଯାତ୍ରା କମିଟି ତହସିଲଦାରଙ୍କ ଅନୁରୋଧକୁ ପ୍ରତ୍ୟାଖାନା କରି ଦଣ୍ଡୁଆ ମାନେ ଗ୍ରାମ ପରିଭ୍ରମଣ କରିଥିଲେ । ଏ ନେଇ ତହସିଲଦାର କୁଅଁର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ହିଂଜିଳି ପୁଲିସ ସଂପୃକ୍ତ ଗ୍ରାମରେ ପଂହଚି ୫ ଜଣ ଦଣ୍ଡୁଆଙ୍କୁ ଗିରଫ କରିଥିଲା । ଗିରଫ ମାନେ ହେଲେ ହିଂଜିଳି ଥାନା ଆଲପୁର ଗ୍ରାମର ଶିବରାମ ସ୍ୱାଇଁ, ପି. କାଙ୍ଗାଳି, ମନୋଜ ପୋଳାଇ, ଦାଶରଥି ପୋଲାଇ ଓ ପୁରୁଷୋମପୁର ଥାନା ସିକୁଳା ଗ୍ରାମର ଗୋପାଳ ମୁନି । ଏ ନେଇ ହିଂଜିଳି ଥାନା ନଂ- ୧୦୩/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ଫଟୋ- ଗିରଫ ୫ ଦଣ୍ଡୁଆ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ