ନିୟମ ମାନୁ ନାହାନ୍ତି କୋଭିଡ ଯୋଦ୍ଧା
ନାଉଗାଁ,(ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋଇ ଫାଣ୍ଡିର ଜୈନିକ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ରିପୋର୍ଟ ଆସିବା ପରେ ବାହାରେ ବୁଲୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସରକାରୀ ରିପୋର୍ଟ ଅନୁସାରେ ୧୪ ଅକ୍ଟୋବର ୨୦୨୦ରେ ଗାରୋଇ ଫାଣ୍ଡିର ଜୈନିକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଦର୍ଶାଯାଇଥିଲା । ସରକାରୀ ନିୟମାନୁସାରେ ରିପୋର୍ଟ ଘୋଷଣା ହେବା ଦିନ ଠାରୁ ଜଣେ କରୋନା ସଂକ୍ରମିତ ୧୭ ଦିନ ହୋମକ୍ୱାଂରେଟାଇନରେ ରହିବା କଥା । କିନ୍ତୁ ଉକ୍ତ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ହେବା ପରେ ନିୟମକୁ ନ ମାନି ସ୍ଥାନୀୟ ଛକ,ଗଙ୍ଗଦାହାଟ ଆଦିରେ ବୁଲୁଥିବା ଦେଖିବାକୁ ମିଳିଛି । ଜଣେ କୋଭିଡ ଯୋଦ୍ଧା ହୋଇ ସରକାରୀ ନିୟମ ନମାନି କିପରି ବାହାରେ ବୁଲୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।