“ନିୟୁଜ” ଅନୁଷ୍ଠାନ ପକ୍ଷରୁ ଶାଢ଼ୀ ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :କୋରନା କାଳରେ ହାତବାନ୍ଦୀ ବସିଥିବା ନିରାଶ୍ୟୟ ବିଧବା ମହିଳାଙ୍କୁ ଶନିବାର ଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶାଲୋମ କଟେଜର ଆଶ୍ରୟସ୍ଥଳୀ ପକ୍ଷରୁ ଶାଢ଼ୀ ବଣ୍ଟନ । କରୋନାରେ ପ୍ରଭାବିତ ହୋଇଥିବା ଗୁମ୍ମା ପଞ୍ଚାୟତର ନିରାଶ୍ରୟ ବିଧବା ମା ମାନଙ୍କୁ “ନିୟୁଜ” ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ବିଧବା ମହିଳାମାନଙ୍କୁ ଶାଢ଼ୀ ଏବଂ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ଗୁମ୍ମା ଖ୍ରୀଷ୍ଟିଆନ ସାହି,ପାଇକ ସାହି, ପିଡ଼ିଗିଲା, ସେରଙ୍ଗ ଓ ଅଣ୍ଡରସିଂ ଗ୍ରାମର ୧୭୫ ଜଣ ବିଧବା ମହିଳାମାନଙ୍କୁ ଶାଢ଼ୀ ଏବଂ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଅଛି । ସେହିପରି କେତୋଟି ବିଧବା ମାନଙ୍କୁ ରିଲିଫ ବାବଦରେ ଶୁଖିଲା ଖାଦ୍ୟ ଚାଉଳ, ଡାଲି, ଚିନି, ସାବୁନ ମଧ୍ୟ ଦିଆଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ନିୟୁଜ ଅନୁଷ୍ଠାନର ନିର୍ଦ୍ଦେଶକ ବିଶ୍ୱଜିତ୍ ପାଣି, ନିର୍ଦ୍ଦେଶିକା ସଂଯୁପ୍ରଭା ପାଣି, ଡ଼ିସିପିଓ ଗଜପତି, ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଗୁମ୍ମା ମଣ୍ଡଳୀର ନୂତନ ପାଳକ ବିଳାପ ପାଣି ଓ ମଣ୍ଡଳୀର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତି ଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଶାଲୋମ କଟେଜର ମ୍ୟାନେଜର ଶୁଭଙ୍କର ଲିମ୍ମା, ଏସ୍ଏଏ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ପ୍ରତ୍ୟୁଷ ସୂର୍ଯ୍ୟ, କୋଡିନେଟର ଶ୍ରୀ ସୁବାସିତ ସ୍ୱଆଲସିଂ ଏବଂ ସଂଜିତ୍ ପାଇକ ଏହି ସମସ୍ତ କାର୍ଯୟକ୍ରମର ଅୟୋଜନ ଓ ବଣ୍ଟନ ବ୍ୟବସ୍ଥା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ