ନୀତି ଆୟୋଗ କର୍ମଚାରୀ ପଜିଟିଭ୍‌ : ସିଲ୍‌ ହେଲା ନୀତି ଆୟୋଗ କାର୍ଯ୍ୟାଳୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଜନୈକ କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଫଳରେ ଆସନ୍ତା ୪୮ ଘଣ୍ଟା ପାଇଁ ନୀତି ଆୟୋଗ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ନୀତି ଆୟୋଗର କର୍ମଚାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ନୀତି ଆୟୋଗର ସହକାରୀ ସଚିବ ଅଜିତ୍‌ କୁମାର ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୩୧୦୮ ଜଣ ଲୋକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ