ନୀତି ଆୟୋଗ ଦ୍ୱାରା ପ୍ରଥମ ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କ ଉନ୍ମୋଚିତ

ପ୍ରଥମ ଥର ପାଇଁ ନୀତି ଆୟୋଗ ପକ୍ଷରୁ ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କ (ଏସଇକ୍ୟୁଆଇ) ବିକଶିତ କରାଯାଇଛି । ଏହା ମାଧ୍ୟମରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଦର୍ଶନର ମୂଲ୍ୟାଙ୍କନ କରିବା ନିମନ୍ତେ ପ୍ରୟାସ କରାଯାଇଛି । ଫଳାଫଳ ଆଧାରିତ ଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରାଯାଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ସେମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଚିହ୍ନଟ କରିବା ଲାଗି ଏକ ମଂଚ ଯୋଗାଇ ଦେବା ସହିତ ତ୍ରୁଟି ସୁଧାର ଏବଂ ନୀତିଗତ ହସ୍ତକ୍ଷେପ କାର୍ଯ୍ୟକାରୀ କରିବା ଏହି ସୂଚକାଙ୍କର ଉଦ୍ଦେଶ୍ୟ । ନୀତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବ କୁମାର, ସଦସ୍ୟ ଡ. ବିନୋଦ ପଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ରୀନା ରାୟଙ୍କ ସମେତ ବିଶ୍ୱ ବ୍ୟାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏସଇକ୍ୟୁଆଇର ପ୍ରଥମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା ।
ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଇ ନୀତି ଆୟୋଗ ପକ୍ଷରୁ ଏସଇକ୍ୟୁଆଇ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଶ୍ରେଷ୍ଠ ଜ୍ଞାନ ଏବଂ ପ୍ରଚଳନ ଯୋଗାଇ ଦେବା ଲାଗି ପ୍ରୟାସ କରାଯାଇଛି । ଏହାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ବିଶ୍ୱ
ବ୍ୟାଙ୍କ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହାୟତାରେ ମିଳିତ ଭାବେ ବିକଶିତ କରାଯାଇଛି । ଶିକ୍ଷାଦାନର ମାନ ଦିଗରେ ୩୦ଟି ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କକୁ ଏଥିରେ ସାମିଲ କରାଯାଇଛି । ଦୁଇଟି ପ୍ରମୁଖ ବର୍ଗ ଯଥା, ଫଳାଫଳ ଏବଂ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି । ୨୦ଟି ବୃହତ ରାଜ୍ୟ ମଧ୍ୟରୁ ୧୦ଟି ରାଜ୍ୟ ଫଳାଫଳ ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଅନ୍ୟ ବୃହତ ରାଜ୍ୟଗୁଡ଼ିକ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଏହି ବର୍ଗରେ ଓଡ଼ିଶା, ପଞ୍ଜାବ ଓ ହରିୟାଣାର ପ୍ରଦର୍ଶନ ଉନ୍ନତ ରହିଛି । ବିଦ୍ୟାଳୟ ଶିକ୍ଷାଦାନରୁ ଏକ ସଫଳ ପରିଣାମ ଆସିବାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ସୁଧାର ଆଣିବାକୁ ହେଲେ ଏକ ବିଶ୍ୱସନୀୟ ନିରୀକ୍ଷଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ଦିଗରେ
ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରିବା ଉଦ୍ଦେଶ୍ୟରେ ଏସଇକ୍ୟୁଆଇରେ ଶିକ୍ଷାଦାନ ଫଳାଫଳ ଉପରେ ଗୁରୁତ୍ୱାରୋପ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ