ନୀତି ଆୟୋଗ ବୈଠକ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ରମୋଦି ଆଜି ଦିଲ୍ଲୀ ରେ ନୀତି ଆୟୋଗ ବୈଠକରେ ଅଧ୍ୟକ୍ଷତା କରିବେ । ଏନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ ଦିଲ୍ଲୀ ରେ ଉପସ୍ଥିତ । ଅନ୍ୟପଟେ ଏ ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଏହି ବୈଠକରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବିଷୟ ଉଠାଇପାରନ୍ତି ନବୀନ । ଏଥି ସହିତ ନିକଟରେ ସାମୁଦ୍ରିକ ଝଡ ଫୋନି ଦ୍ୱାରା କ୍ଷୟକ୍ଷତି ପ୍ରସଙ୍ଗ ଉଠିପାରେ । ଏ ବୈଠକ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ । ଏଥିରେ ଅର୍ଥମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ , କୃଷିମନ୍ତ୍ରୀ , ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ , ଏହା ସହିତ ନୀତି ଆୟୋଗ ର ଉପାଦକ୍ଷ ,ସିଇଓ ତଥା ବରିଷ୍ଠ ଅଧିକାରୀ ମାନେ ସାମିଲ ହେବେ ।