ନୀତି ଆୟୋଗ ସଦସ୍ୟ ଙ୍କ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ନୀତି ଆୟୋଗ ର ତିନି ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି ।ଏହି ଟିମ୍ ରେ ଡାକ୍ତର ରିଙ୍କି ଠାକୁର ,ଅଙ୍କିତା ଗୁପ୍ତା , ଶିସ୍ତା ହାଜରେ ପରିଦର୍ଶନ ରେ ଆସି ସ୍ବାସ୍ଥ୍ୟକେନ୍ଦ୍ର ର ଔଷଧ ବିତରଣ କେନ୍ଦ୍ର ,ଆୟୁଷ ଓ ପି ଡି ,ଯୋଗ ଗୃହ , ଫିଜିଓଥୋରାଫି କେନ୍ଦ୍ର ବୁଲିବା ସହିତ ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିଥିଲେ ।ପରେ ବିଭିନ୍ନ ୱାର୍ଡ କୁ ଯାଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବୁଝିଥିଲେ ।ଏହି ପ୍ରତିନିଧି ଦଳ ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତର ଆରୋଗ୍ୟ ପ୍ରଧାନ ଓ ଆଦିତ୍ୟ ପ୍ରଧାନ ଉପସ୍ଥିତ ଥିଲେ ।ନୀତି ଆୟୋଗର ପ୍ରତିନିଧି ମାନେ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ପରିଦର୍ଶନ ସମୟ ରେ ଡାକ୍ତର ମହେଶ ମହାପାତ୍ର ,ଅଭିନନ୍ଦନ ମହାପାତ୍ର ,ସୋନାଲି ପଟ୍ଟନାୟକ ,ବିଭୂତି ଭୂଷଣ ମିଶ୍ର,ଫୁଲକ ନାୟକ ବି ପିମ୍ ଶିବ ନାରାୟଣ ନନ୍ଦ ,ବି ଏ ଏମ ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


