ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ କୃତକାର୍ଯ୍ୟ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଚଳିତ ମାସ ୧୬ ତାରିଖରେ ନିଟ୍‌-୨୦୨୦ ଯୁଗ୍ମ ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଛି। ୨୦୧୯-୨୦ ମସିହା ଶ୍ରେଣୀକକ୍ଷରେ ମେଡ଼ିକାଲ୍ କୋଚିଂ ନେଉଥିବା ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ବହୁ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ସୁନାମ ଆଣିଛନ୍ତି। ଏହି ଅନୁଷ୍ଠାନର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ମେଡ଼ିକାଲ୍ କଲେଜରେ ନାମ ଲେଖାଇ ପାରିବେ। ୬୦୦ ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ସାଧାରଣ ବର୍ଗର ୪୭ ଜଣ, ୫୫୦ ମାର୍କରୁ ଉର୍ଦ୍ଧ୍ୱ ରଖିଥିବା ୧୧୩ ଜଣ ଛାତ୍ରଛାତ୍ରୀ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ କୋଚିଂ ଡ଼ିଭିଜନର ସର୍ବଭାରତୀୟ ସ୍ତରର ଅଭିଜ୍ଞ ଓ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କର ସଂଗଠିତ ବ୍ୟବସ୍ଥା, ଆଧୁନିକ ପରୀକ୍ଷା ପ୍ରଣାଳୀ, ଉଚ୍ଚକୋଟିର ପାଠ୍ୟଖସଡ଼ା, ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, କଠୋର ପରିଶ୍ରମ ଦ୍ୱାରା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ ଅଭିଭାବକଙ୍କ ସମେତ ପରିଚାଳନା କମିଟିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରେକୃଷ୍ଣ ନାୟକ, ସଂପାଦକ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ଯୁଗ୍ମ ସଂପାଦିକା ମମତା ପାଣିଗ୍ରାହୀ, ସଦସ୍ୟ ନୀଳକଣ୍ଠ ସାହୁ, ବାସନ୍ତି ବେହେରା, ଅଧ୍ୟକ୍ଷ ଏସ୍‌. ମୋହନ ରାଓ, ପ୍ରାଧାନାଚାର୍ଯ୍ୟ ଉମାଧବ ମହାନ୍ତି ଏବଂ ସୁବ୍ରତ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ