ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଆର୍ଟ ଅଫ ଗିଭିଂ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠ ଖାନନଗର ପଞ୍ଚାୟତର ବାଙ୍ଗରାସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ‘ଇଣ୍ଟରନ୍ୟାସନାଲ ଆର୍ଟ ଅଫ ଗିଭିଂ’ ଦିବସ କିଟ ବିଶ୍ୱବିଦ୍ୟାଳୟ ସହଯୋଗରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶଶିଭୂଷଣ କର ସଭାପତିତ୍ୱ କରିଥିଲେ । ସ୍ଥାନୀୟ ସରପଞ୍ଚ ଅଞ୍ଜନ କୁମାର ନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜରେ ପରସ୍ପରକୁ ସାହାଯ୍ୟ ସହଯୋଗ ଓ ଶାନ୍ତିମୈତ୍ରୀ ସୃଷ୍ଟିରେ ଏହି ଚିନ୍ତାଧାରା ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଯୁବ ରେଡ଼କ୍ରସର କାଉନସିଲର ମାନସ ରଂଜନ ମିଶ୍ର ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ସମିତିସଭ୍ୟା ରଶ୍ମି ଦାସ, ନାଏବ ସରପଞ୍ଚ ନରେନ୍ଦ୍ର ଦାସ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପଞ୍ଚାୟତର ଗରିବ ଅସହାୟ ବ୍ୟକ୍ତିଙ୍କୁ ଛତା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଜଗତାନନ୍ଦ ବିଶ୍ୱାଳ, ଗୌରାଙ୍ଗ ଚରଣ ବେହେରା, ଜ୍ୟୋତ୍ସ୍ନାରାଣୀ ସିଂ, ପୂର୍ଣ୍ଣଚନ୍ଦ୍ର ନାୟକ, ହେମନ୍ତ କୁମାର ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।