ନୀଳକଣ୍ଠେଶ୍ୱର ମନ୍ଦିରରେ ସପ୍ତମମୁଖୀ ସର୍ପ -ପାଶ୍ୱର୍ ଦେବତା ସ୍ଥାପନା
ଛତ୍ରପୁର : ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ପିତଳ ଓ କଂସା ଧାତୁରେ ନିର୍ମିତ ହୋଇଥିବା ସପ୍ତମମୁଖୀ ସର୍ପ ସ୍ଥାପନା ହୋଇଛି । ଏହି ପରିପ୍ରେକ୍ଷୀରେ ମନ୍ଦିରେ ହୋମ, ଯଜ୍ଞ, ପୂଜାପାଠ ଅନୁଷ୍ଠିତ ହୋଇଥିଲା । କର୍ତା ଭାବେ ପୁଳିନୀ ବିହାରୀ ପଟ୍ଟନାୟକ ଏବଂ ତାଙ୍କରି ଧର୍ମପତ୍ନୀ ଯାଜ୍ଞାସିନୀ ସାମନ୍ତରାୟ ସମସ୍ତ ରୀତିନୀତିରେ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହାସହ ମନ୍ଦିର ଚତୁଃ ପାଶ୍ୱର୍ ରେ ଦେବତା ଗଣେଶ, କାର୍ତିକଶ୍ୱର ଏବଂ ମାତା ପାର୍ବତୀଙ୍କ ମୂର୍ତୀ ସ୍ଥାପନ କରାଯାଇଥିଲା । ଏହି ପୂଜା କର୍ମ କାର୍ଯ୍ୟରେ ଶରତ ଚନ୍ଦ୍ର ପଟ୍ଟନାୟକ, ତମାଳ ଲତା ପଟ୍ଟନାୟକ, ଗଗନ ବିହାରୀ, ରଞ୍ଜନ ମହାପାତ୍ର, ସସ୍ମିତା ମହାପାତ୍ର, ଅଟ୍ଟଳ ବିହାରୀ ପଟ୍ଟନାୟକ, ମଧୁସ୍ମିତା ପଟ୍ଟନାୟକ, ଗିତାଞ୍ଜଳୀ ପଟ୍ଟନାୟକ, ହର୍ଷିତା ପଟ୍ଟନାୟକ, ପ୍ରିଂନସୀତା ଅରଜିତା ପଟ୍ଟନାୟକ, ରୁଇନା ପଟ୍ଟନାୟ.ଜି.ପାପା ରାଓ, ବାଦଲ ପାଣ୍ଡି, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଅରୁଣ ଶତପଥୀ, ପ୍ରକାଶ ପାଣିଗ୍ରାହୀଙ୍କ ସମେତ ତ୍ତକର୍ତାଙ୍କ ପରିବାର ବର୍ଗ ଏବଂ ଛତ୍ରପୁର ସହରବାସୀ ଉପସ୍ଥିତ ଥିଲେ ।