ନୀଳକଣ୍ଠ ନଗରରେ କୃତ୍ରିମ ବନ୍ୟା

ଦିଗପହଣ୍ଡି(ଯୁଗାବ୍ଦ ନ୍ୟୁଜ)ଦିଗପହଣ୍ଡି ଏନଏସି ଅଧିନସ୍ଥ ୧ ନଂ ୱାର୍ଡର ନୀଳକଣ୍ଠ ନଗର ପ୍ରଥମ ଲେନରେ ସୋମବାର କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ସାହି ବାସିନ୍ଦା ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି। ସାମୁଦ୍ରିକ ଝଡ଼ ଫଣି ପ୍ରଭାବରେ ଝଡ଼ ତୋଫାନ ହୋଇ ବର୍ଷା ଅନୁଭୂତ ହୋଇଥିଲା । ସାହିରେ ବର୍ଷା ଜଳ ନିଷ୍କାସନ ହୋଇନପାରି ନର୍ଦ୍ଧମା ଜଳ ସହିତ ମିଶି ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ସମ୍ପ୍ରତି ପୂର୍ତ୍ତ ବିଭାଗ ପକ୍ଷରୁ ସାହିରେ ସିମେଣ୍ଟ କଂକ୍ରିଟ ରାସ୍ତା ଗତ ୭ ମାସ ହେଲା ନିର୍ମାଣ ଚଳୁଥିବା ବେଳେ ରାସ୍ତା ନିର୍ମାଣ କାର‌୍ୟ୍ୟ ଶେଷ ହେଉନି । ଏନେଇ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ