ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର : କରୋନାରେ ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟେଲିଫୋନରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବା ସହ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ । ସେହିପରି ନବୀନ ଉଭୟଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଏତଦବ୍ୟତୀତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ଯୋଦ୍ଧାଙ୍କ ସହ ମଧ୍ୟ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପ୍ରସଙ୍ଗରେ ବୁଝିଛନ୍ତି । କୋଭିଡ଼ ଯୋଦ୍ଧାଙ୍କ କାର୍ଯ୍ୟକୁ ନବୀନ ଉଚ୍ଚ ପ୍ରଶଂସା କରିବା ସହ ଭଲ କାମ ପାଇଁ ସବୁ ପ୍ରକାର ସହାୟତା ଦେବେବୋଲି କହିଛନ୍ତି । ଏହି ଅବକାଶରେ ନବୀନ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହ ମଧ୍ୟ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ନିକଟରେ କୋଭିଡ଼ ଯୋଦ୍ଧା ଓ ଆକ୍ରାନ୍ତଙ୍କ ସହ ନିୟମିତ କଥା ହେବା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ