ନୀଳମଣି ଓ ଭଗବାନ ଏକାଠି ପ୍ରଚାର ମଇଦାନରେ
ଯେତିକି ପାଖେଇ ଆସୁଛି ନିର୍ବାଚନ ସେତିକି ଜୋରଧରୁଛି ଆଲୋଚନା। ପ୍ରତିଦିନ ସନ୍ଧ୍ୟାରେ ସହର ବାସୀଙ୍କ ପାଖରେ ରାଜନୀତି କୁ ନେଇ ନୂଆ ନୂଆ ସମୀକରଣ। ତେବେ ଚଳିତ ନିର୍ବାଚନ ରେ ସୋରଡା ନିର୍ବାଚନ ରେ ଦେଖିବାକୁ ମିଳିବ ପୁରା ଦମଦାର ଫାଇଟ। ଗୋଟିଏ ପଟେ ହାଟ୍ରିକ ଲକ୍ଷ୍ୟରେ ସୋରଡା ବିଯୁ ଜନତା ଦଳ ବିଧାୟକ ପ୍ରାର୍ଥୀ ପୂର୍ଣ ଚନ୍ଦ୍ର ସ୍ଵାଇଁ, ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ନୀଳମଣି ବିଶୋୟୀ,ଓ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି ବର୍ତମାନ ନିର୍ବାଚନ ମଇଦାନ ରେ ଅଛନ୍ତି। ଗୋଟିଏ ଗୋଟିଏ ଭୋଟ ପାଇଁ ଉଦ୍ୟମ ଆରମ୍ଭ କରୁଛନ୍ତି ସମସ୍ତ ପ୍ରାର୍ଥୀ। ଗୋଟିଏ ପଟେ ନିର୍ବାଚନ ମାହୋଲ ଦିନକୁ ଦିନ ଜୋର ଧରୁଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି କୁ ଧରି ଚର୍ଚା ମଧ୍ୟ ଥମୁନଥିଲା। ଭାରତୀୟ ଜନତା ପାର୍ଟି ସୋରଡା ନିର୍ବାଚନ ମଣ୍ଡଳୀ ପାଇଁ ନୀଳମଣି ବିଶୋୟୀ ଙ୍କ ନାମ ଘୋଷଣା ପରେ ସୋରଡା ବେଜେପି ରେ ଏକ ପ୍ରକାର ନିରାଶା ଦେଖିବାକୁ ମିଳିଥିଲା। ୨୦୦୦ ମସିହା ରୁ ଆଜି ଯାଏଁ ସୋରଡା ରେ ଦଳକୁ ଏକ ଶୁଦୃଢ ପରିସ୍ଥିତି ରେ ପହଞ୍ଚାଇବାରେ ଭଗବାନ ପଣ୍ଡା ଙ୍କ ଭୂମିକା ବେସ ଗୁରୁତ୍ଵ ପୂର୍ଣ ଥିଲା। ଏପରିକି ଦଳ ୨୦୧୪ ମସିହାରେ ଭଗବାନ ପଣ୍ଡା ଙ୍କୁ ଦଳୀୟ ଟିକେଟ ମଧ୍ୟ ଦେଇଥିଲା। କିନ୍ତୁ ଦଳ ଭଲ ପ୍ରଦର୍ଶନ କରିନପାରିଲେ ମଧ୍ୟ ଚଳିତ ନିର୍ବାଚନ ପାଇଁ ବେସ ମଜବୁତ ଥିବା ଦେଖିବାକୁ ମିଳୁଥିଲା। ଦଳୀୟ କର୍ମୀଙ୍କ ଆଶା ବି ଥିଲା ଏଥର ଭଗବାନ ପଣ୍ଡା ଙ୍କୁ ଟିକେଟ ମିଳିବ କିନ୍ତୁ ନୀଳମଣି ବିଶୋଈଙ୍କ ଦଳରେ ଯୋଗଦାନ ପରେ ଦଳ ଭଗବାନ ଙ୍କ ଜାଗାରେ ନୀଳମଣି ଙ୍କୁ ଦଳୀୟ ଟିକେଟ ଦେଇଥିଲା। ଫଳରେ ନୀଳମଣି ଙ୍କ ଶୋଭାଯାତ୍ରାରେ ସହରରେ ସୋରଡା ଭାରତୀୟ ଜନତା ପାର୍ଟି ର କୌଣସି ମଣ୍ଡଳ ସଭାପତି ତଥା ନଗର ସଭାପତି ଓ ନିଜେ ଭଗବାନ ପଣ୍ଡା ଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା। କେଉଁଠି ନା କେଉଁଠି ଦଳ ଭିତରେ ଅସନ୍ତୋଷ ଥିବା ବେସ ବାରିହାଉଥିଲା। ଏପରିକି ଦଳୀୟ କର୍ମୀ ସମେତ କିଛି ପଦାଧିକାରୀ ଏହି ଶୋଭାଯାତ୍ରା କୁ ଆମକୁ ଡକାନଯିବା କହିବା ସହ ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଦଳ ପାଇଁ କାମ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦଉଥିଲେ। ୨୬ ତାରିଖରେ ପାର୍ଥୀପତ୍ର ଦାଖଲ ରେ ମଧ୍ୟ ସୋରଡା ଭଜପା ର କୌଣସି କରମକର୍ତା ପଦାଧିକାରୀ ସମେତ ଦଳୀୟ ନେତାଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା। ଦଳୀୟ ଟିକେଟ ଘୋଷଣା ହେବାର ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ଭଗବାନ ଙ୍କ ପଣ୍ଡାଙ୍କ ଅନୁପସ୍ଥିତ ହେବା ଆଲୋଚ୍ୟ ବିଷୟ ପାଲଟି ଥିଲା। ଏପରିକି ସହର ର ଅନେକ ଜାଗାରେ ଦଳୀୟ କର୍ମୀ ଙ୍କ ଅସନ୍ତୋଷ ଦେଖିବାକୁ ମିଳୁଥିଲା। ଭଗବାନ ପଣ୍ଡା ଙ୍କ ନିର୍ବାଚନ ପ୍ରଚାରରେ ନଯିବା ଦଳକୁ ମହଙ୍ଗା ପଡିପାରେ ବୋଲି ମଧ୍ୟ ରାଜନୀତି ସମୀକ୍ଷକ ମାନେ ମତ ଦଉଥିଲେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ସମସ୍ୟା କୁ ଦଳ ସମାଧାନ କରିଛି। ନୀଳମଣି ଓ ଭଗବାନ ଙ୍କୁ ଏକାଠି ପ୍ରହକାର ମଇଦାନ ରେ ଆଣିବା ପାଇଁ ଦଳ ତରଫରୁ ଯେଉଁ ପ୍ରଚେଷ୍ଟା କରାଯାଉଥିଲା ତାହା ସଫଳ ହୋଇଛି। ଭଗବାନ ପଣ୍ଡା ଗତ କାଲୀ ଠାରୁ ନିର୍ବାଚନ ମଇଦାନ ରେ ଆସିଛନ୍ତି। ସୋରଡା ବ୍ଳକ ର ବିଭିନ୍ନ ଗ୍ରାମରେ ନୀଳମଣି ଓ ଭଗବାନ ପଣ୍ଡା ଏକାଠି ପ୍ରଚାର ଓ ସଭା କରୁଥିବା ଦେଖିବାକୁ ମିଳଛି। ଏପରିକି ନୀଳମଣି ଙ୍କୁ ଟିକେଟ ମିଳିବା ପରେ ଯେଉଁ ଅସନ୍ତୋଷ ସୋରଡା ଭାଜପା ମଧ୍ୟରେ ଦେଖିବାକୁ ମିଳିଥିଲା ତାହା ଏବେ ଆଉ ନାହି। ନୂତନ ଯୋଶରେ କର୍ମୀ ମାନେ ବର୍ତମାନ ନୀଳମଣି ଙ୍କ ପାଇଁ ପ୍ରଚାର କରିବାରେ ଲାଗିପଡିଛନ୍ତି। ଭଗବାନ ପଣ୍ଡା ଙ୍କୁ ଟିକେଟ ନ ମିଳିବା ଓ ଦଳୀୟ କର୍ମୀ ମାନେ ପ୍ରଚାର ରେ ସାମିଲ ନ ହେବା ଘଟଣା ଭାରତୀୟ ଜନତା ଦଳ କୁ ଯେଉଁ କ୍ଷତି ପହଞ୍ଚାଇବାର ଆକଳନ କରାଯାଉଥିଲା ତାହା ଆଉ ଦ୍ରୁଷ୍ଟି ଗୋଚର ହଉନି। ତେବେ ନୀଳମଣି ଓ ଭଗବାନ ଙ୍କ ରଣନୀତି ସୋରଡା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି କୁ କେଉଁ ପ୍ରକାର ସଫଳତା ଦଉଛି ତାହା ଆଗାମୀ ନିର୍ବାଚନ ରେ ଦେଖିବାକୁ ବାକି ରହିଲା।