ପୁନ୍ନେରୁ ମୃତ ଦେହ ଉଦ୍ଧାର

କେ. ନୁଆଁ ଗାଁ ଥାନା ଅନ୍ତର୍ଗତ ବୀର ସିଂହଲକ୍ଷ୍ମିନାରାୟଣପୁର ଗ୍ରାମର ପିତାମ୍ବର ପ୍ରଧାନଙ୍କ ଝିଅ ପିଙ୍କି( ୨୩) ର ମୃତଦେହ ସୁଦୁର ପୁନ୍ନେ ସହରର ଏକ ବନ୍ଦ କଠୋରୀରୁ ମିଳିଥିଲା । ନୁଆଗାଁ ପୋଲିସ ମୃତକଙ୍କ ପରିବାରକୁ ଏହାର ସୁଚନା ପ୍ରଦାନ କରିଛି । ସେ ବିଗତ ଏକମାସ ତଳେ ସେ ଆନ୍ଦ୍ର – ଓଡିଶା ସୀମାନ୍ତ ଅଞ୍ଚଳ ମାନ୍ଦଶା ରେ ବିବାହ କରିଥିଲେ । ସୁଚନାଯୋଗ୍ୟ ଗତ ଦିନରେ ପିଙ୍କି +୩ ପରୀକ୍ଷା ଦେବା ପାଇଁ ଅଜାଘରୁ ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ କଲେଜକୁ ଆସି ଆଉ ଘରକୁ ଫେରି ନଥିଲେ । ପିଙ୍କି ନିଖୋଜ ଥିବା ନେଇ ଜରଡା ଥାନାରେ ଆଗରୁ ଏତଲା ଦିଆଯାଇଥିବା କେ ନୁଆଁ ଗାଁ ଥାନା ଅଧିକାରୀ ସୁଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ