ନୁଆଗାଁ ଠାରେ ମା’ଗୃହ ଉଦ୍ଘାଟିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନୁଆଗାଁ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିସନର ଗର୍ଭବତୀ ମହିଳା ମାନଙ୍କର ଯତ୍ନ ଓ ନିରାପଦ ମାତୃତ୍ୱ ଆଭିମୁଖ୍ୟର ପରିପୁର୍ତ୍ତି ପାଇଁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସୋସୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ତଥା ଆଇଏମଟିଏସ ଭୁବନେଶ୍ୱର ଆନୁକୁଳ୍ୟରେ ପରିଚାଳିତ ମା’ଗୃହ ନୁଆଗାଁ ଠାରେ ଉଦଘାଟିତ ହୋଇ ଯାଇଛି । ଆଇଏମଟିଏସର ସଂଯୋଜକା ରାଧାରାଣୀ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ଘାଟନ ଉତ୍ସବରେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବାଲିବରେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ହରପ୍ରୀୟା ଦଣ୍ଡପାଟ, ସମିତିସଭ୍ୟା ଦମୟନ୍ତୀ ଜେନା, ବରିଷ୍ଠ ଶିକ୍ଷକ ତଥା ସାହିତ୍ୟିକ ଅନ୍ତର୍ଯ୍ୟାମୀ ରାଉତ, ଆଇ.ଏମ.ଟି.ଏସ ର ସିନିୟମର ଏକାଉଣ୍ଟାଣ୍ଟ ସୁମନ୍ତ କୁମାର ଦାସ, ମାନସ ରଞ୍ଜନ ସାମନ୍ତରାୟ, ଜଗନ୍ନାଥ ଭୂୟାଁ, ରବିନ୍ଦ୍ର ଦେହୁରୀ, ପବିତ୍ର ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହିଳା ସ୍ୱାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ଭୁତିଆ, ମଧୁସ୍ମୀତା ନାୟକ, ମୋହିନୀ ମହାନ୍ତ, ଜ୍ୟୋତ୍ସ୍ନାରାଣୀ ନାୟକ, ଆଶାକର୍ମୀ ସନ୍ଧ୍ୟାରାଣୀ ଭୁୟାଁ, ଏଲିନା ପହି, କନକ ପାତ୍ର, ରତ୍ନମଣି ସାହୁ, ମଞ୍ଜୁଲତା ରାଉତ, ତୁଳସୀ ପାତ୍ର, ଜାଇମଣୀ ମହାନ୍ତଙ୍କ ସମେତ ଅନେକ ଗ୍ରାମବାସୀ ଏହି ଉତ୍ସବରେ ସାମିଲ ହୋଇଥିଲେ ।


