ନୁଆ ଉଢ଼ୁରା ସରକାରୀ ବିଦ୍ୟାଳୟ ରେ ସୁରଭି ୨୦୨୩ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଉଢୁୁରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୁରଭି୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ମନୋଜ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃଷ୍ଣ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଦାଶ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ୧୧ ଗୋଟି ବିଦ୍ୟାଳୟ ର ୧୦୧ ଜଣ ଛାତ୍ର ଛାତ୍ରୀ ପ୍ରତ୍ୟେକ ପ୍ରତିଯୋଗୀତା ରେ ଭାଗ ନେଇଥିଲେ। ବିଦ୍ୟାଳୟ ର ଶିକ୍ଷକ ବାବୁଲା ସାହୁ , ପ୍ରିୟଦର୍ଶିନୀ ମହାପାତ୍ର, ଅନ୍ତର୍ଯ୍ୟାମୀ ରଏ, ନିର୍ମଳା ମହାନ୍ତି, ଅଳକା ପ୍ରଧାନ, ଗାୟତ୍ରୀ ବେହେରା, ଜ୍ୟୋତ୍ସ୍ନା ସେଠୀ, ଶରତ ଚନ୍ଦ୍ର ମହାରଣା, ବିଷ୍ଣୁ ସେଠୀ, ବିଜୟଲକ୍ଷ୍ମୀ ଦାସ, ନମିତା କର, ବଲ୍ଲଭ ପଣ୍ଡା, ସଙ୍ଗୀତା ମହାନ୍ତି, ତ୍ରୟ ମଲିକ, ସତିଶ ମହାରଣା, ଲେଶା ମଲିକ, ସୁନିଲ ପାତ୍ର ଙ୍କ ସମେତ ବିଦ୍ୟାଳୟ ର ପାଚିକା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥଲେ। ଶେଷ ରେ ଶିକ୍ଷକ ସଂଘର ସଭାପତି ବସନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ