ନୁଆ ଓଡିଶା କାର୍ଯ୍ୟକ୍ରମ ରେ ଯୌତୁକ ବିରୋଧ ସଚେତନତା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ‘ନୁଆ ଓଡିଶା, ଯୁବ ଓଡିଶା’ କାର୍ଯ୍ୟକ୍ରମ ଆନୁକୂଲ୍ୟ ରେ ଯୌତୁକ ପ୍ରଥା ବିରୋଧ ରେ ଏକ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।କଲେଜ ପରିସର ରୁ ଆରମ୍ଭ ହୋଇ ପାଟପୁର ଗ୍ରାମ ପରିକ୍ରମା କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ସତେତନତା ରାଲି ପହଞ୍ଚିଥିଲା। ଡିସେମ୍ବର 8 ରେ ଏହି ସାମାଜିକ କାର୍ଯ୍ୟକ୍ରମ ର ଉଦ୍ଘାଟନ ହୋଇଥିଲା। ଏହି କାର୍ଯ୍ୟ କ୍ରମ ର ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ଜେ. କଳ୍ପନା ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁଲତା ରାଣୀ ସ୍ଵାଇଁ ଏବଂ କଲେଜ ପରିଚାଳନା କମିଟିର ସଭାପତି ଡ. ପ୍ରଦୀପ ବ୍ରହ୍ମା ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷା ସୁଦେଷ୍ଣା ଚୌଧୁରୀ ଙ୍କ ପୋୖରୋହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ର କୁ ରସାୟନ ବିଜ୍ଞାନ ବିଭାଗ ର ମୁଖ୍ୟ ତଥା ନୁଆ-ଓ ନୋଡାଲ ଅଧିକାରୀ ଡ. କୈଳାଶ ଚନ୍ଦ୍ର ସ୍ଵାଇଁ ପରିଚାଳନା କରିଥିଲେ। ପ୍ରଥମ ଦିନ ରେ ପରିଷ୍କାର ଏବଂ ସ୍ୱଛ୍ୱତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଦିନ ରେ ଛାତ୍ର ଛାତ୍ରୀ ଙ୍କ ଏକ ବିଶାଳ ଶୋଭା ଯାତ୍ରା ଯୌତୁକ ଭଳି ଏକ କୁପ୍ରଥା କୁ ସଂସ୍କାର ସମାଜ ରୁ ଦୂରେଇବା ପାଇଁ ପାଟପୁର ଗ୍ରାମ ଏବଂ ଅଞ୍ଚଳ ବାସୀ ଙ୍କୁ ସଚେତନତା କରାଯାଇଥିଲା। ଗାନ୍ଧୀ ଛକ ରେ ଛାତ୍ର ଛାତ୍ରୀ ମାନେ ଯୌତୁକ ବିରୋଧୀ ପଥ ପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଏହି ଶୋଭା ଯାତ୍ରା ରେ କଲେଜ ସାମାଜିକ କ୍ଲବ ର ତ୍ରିଲୋଚନ ଦାସ, ଏସ୍ ଶାରଦା, ସରସ୍ୱତୀ ପଣ୍ଡା ଙ୍କ ସହ ଅଧ୍ୟାପକ ସୁରେନ୍ଦ୍ର ଶବର, କେଶବ ହାଁସଦା, ସରୋଜ ବିଶୋୟି, ଅଧ୍ୟାପିକା ପ୍ରିୟଙ୍କା ସାସମ୍ଳ, ସୁଧାଂଶୁ ମୁଖୀ ପାଢ଼ୀ, ପିଙ୍କି ଓରାମ ଙ୍କ ସମେତ ସିଦ୍ଧାର୍ଥ ଶେଖର ପାଣିଗ୍ରାହୀ, ପିଅନ ଗଗନ ବରାଡ଼, ଛାତ୍ର ବାଦଲ ନାହାକ୍, ଛାତ୍ରୀ ଶୁଭଶ୍ରୀ ପାଢ଼ୀ ଙ୍କ ସହ ଅନେକ ଛାତ୍ର ଛାତ୍ରୀ ପରିଚାଳନା ରେ ପ୍ରମୁଖ ସହଯୋଗ କରିଥିଲେ।


