ନୁଆ- ଓ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଉତ୍ସବ ଉଦଘାଟିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଅନସ୍ଲୋ ଷ୍ଟାଡିୟମ ପରିସରରେ ନୁଆ -ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଛତ୍ରପୁର ବ୍ଲକ ଓ ଏନଏସି ମିଳିତ ଭାବେ ଆୟୋଜିତ ଏହି କ୍ରୀଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଗ୍ରାମଚାଂଳ ଓ ସହରାଚାଂଳରେ ଯୁବ ପ୍ରତିଭାମାନେ ଏହି ଖେଳ ମାଧ୍ୟମରେ ସେମାନଙ୍କ ଭଲ ପ୍ରଦର୍ଶନ କରିବାର ଏହା ଗୋଟିଏ ଭଲ ଫ୍ଲାଟଫର୍ମ ବୋଲି ବିଧାୟକ କହିଥିଲେ । ଏହି କ୍ରୀଡା ପ୍ରତିଯୋଗିତା ୬ଦିନ ଧରି ଚାଲିବ । ଫୁଟବଲ, କ୍ରିକେଟ, ଖୋ-ଖୋ, କବାଡି, ଭଲିବଲ,ହକି ଆଦି ଖେଳ ରହିଛି । ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନେ ଜିଲା ସ୍ତରୀୟକୁ ଚୟନ ହେବେ ବୋଲି କୁହାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ ଜିଲାପରିଷଦ ସଭ୍ୟ ମୁନା ଦାସ, ବିଡିଓ ସୁଶାନ୍ତ ବରାଳ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ବିଇଓ ସିତାରାମ ପାତ୍ର, ଛତ୍ରପୁର ଆସିଷ୍ଟାଣ୍ଡ ଫାୟାର ଅଫିସର ଶିଶିର କାନ୍ତ ସିଂ, କାଉନସିଲର ପ୍ରିତିଛନ୍ଦା ସାମଲ, ଦେବାଶିଷ ମିଶ୍ର,ମମତା ପାତ୍ର, ବି.ନିଶ୍ଚଳା ସ୍ୱାମୀ, ସନ୍ତୋଷୀ ସେଠୀ,ସୁମନ୍ତ କୁମାର ନାହାକ , ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ସୀତାରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ