ନୁପୂରଙ୍କ ସ୍ବରରେ ଲୋକପ୍ରିୟ ‘ଫିଲ୍‌ହାଲ୍‌’ ଗୀତର ଅନପ୍ଲକଡ ଭର୍ସନ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ ନବାଗତା ନୁପୂର ସାନୋନଙ୍କ ଲୋକପ୍ରିୟ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’କୁ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଅକ୍ଷୟ ଓ ନୁପୂରଙ୍କ ଏହି ଭିଡିଓଙ୍କ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ନିକଟରେ ଅଭିନେତ୍ରୀ ନୁପୂର ଏହି ଗୀତର ଅନପ୍ଲକଡ୍‌ ଭର୍ସନ ରିଲିଜ୍‌ କରିଛନ୍ତି। ନୁପୂର ଜଣେ ଅଭିନେତ୍ରୀ ହେବା ସହିତ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ଗାୟିକା। ନୁପୂର ତାଙ୍କ ପ୍ରଶଂସକଙ୍କୁ ଉପହାର ଦେବା ସ୍ବରୂପ ପ୍ରଥମ ଥର ପାଇଁ ଏହି ଗୀତର ଅନପ୍ଲଗଡ୍‌ ଭର୍ସନ ଆଣିଛନ୍ତି। ଏଥିରେ ସେ ବହୁତ ସରଳ ଭାବରେ ନିଜର ପ୍ରତିଭାକୁ ଦର୍ଶାଇଛନ୍ତି। ନିର୍ମାତା ଏହି ମ୍ୟୁଜିକ ଭିଡିଓର ସ୍ବିକେଲ୍‌ କରିବା ପାଇଁ ଘୋଷଣା ମଧ୍ୟ କରିଛନ୍ତି। ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌, ଆଲିଆ ଭଟ୍ଟ, ପରିଣୀତି ଚୋପ୍ରା ପ୍ରମୁଖ ନିଜର ଗାୟକୀ ପ୍ରଦର୍ଶନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ