ନୂଆଁ ଥାନା ଅଧିକାରୀ ଭାବେ ଯୋଗଦେଲେ ଶୁଭେନ୍ଦୁ କୁମାର ସାହୁ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କୁମାର ସାହୁ I କିଛି ଦିନ ତଳେ ଗାଙ୍ଗପୁର ଥାନାର ପୂର୍ବତନ ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ଅକାଳ ମୃତ୍ୟୁ ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଗାଙ୍ଗପୁର ଥାନା ଦାୟିତ୍ୱରେ ରହିବା ସହିତ ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଥାନା କାର୍ଯ୍ୟ ପରିଚାଳିତ ହେଉଥିଲା I କିନ୍ତୁ ଗାଙ୍ଗପୁର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ଥାନା ପାଇଁ ଜଣେ ସ୍ଥାୟୀ ଥାନା ଅଧିକାରୀଙ୍କର ଆବଶ୍ୟକ ଥିଲା I ଏହି ପ୍ରରିପ୍ରେକ୍ଷୀରେ ସରକାରୀ ନିର୍ଦ୍ଦେଶ ପ୍ରକାରେ ଶୁଭେନ୍ଦୁ କୁମାର ସାହୁ ସୋମବାର ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି I ଶ୍ରୀଯୁକ୍ତ ସାହୁ ଏହା ପୂର୍ବରୁ ଗଞ୍ଜାମ ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ I ଏହା ସହିତ କଟକ ଏବଂ ଭୁବନେଶ୍ୱରର ସ୍ପେଶାଲ୍ ସ୍କ୍ୱାଡ୍ ଇନଚାର୍ଜ ଏବଂ ଭୁବନେଶ୍ୱର ଏସ୍ଓଜି ଇନଚାର୍ଜ ଭାବେ ଶ୍ରୀ ସାହୁଙ୍କର ଅଭିଜ୍ଞତା ରହିଛି I ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗ ଦେବା ପରେ ଶୁଭେନ୍ଦୁ କୁମାର ଗାଙ୍ଗପୁର ଥାନା ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଏବଂ ଜନ ସମ୍ପର୍କ ବୃ୍ଦ୍ଧି କରି ପୋଲିସ୍ ଉପରେ ସାଧାରଣ ଜନତାଙ୍କ ବିଶ୍ୱାସ ବୃ୍ଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି I ଅଞ୍ଚଳର ଜନ ସାଧାରଣ, ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମାଜିକ ସଂଗଠନ, ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ଥାନାରେ ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ