ନୂଆଖାଇରେ ମୁଖ୍ୟମନ୍ତ୍ରୀଙ୍କ ସିଏମ କିସାନ୍ କିସ୍ତି ଅର୍ଥ ଭେଟି
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପବିତ୍ର ନୂଆଖାଇ ଅବସରରେ ସିଏମ୍. କିଷାନ ଯୋଜନା ଅର୍ଥର ପ୍ରଥମ କିସ୍ତି ଶୁଭାରମ୍ଭ କରିଛନ୍ତି। ସିଏମ କିଶାନ ପୋର୍ଟାଲ୍ ଏବଂ କୃଷକ ଓଡିଶା ୟୁନିଫାଇଡ ପୋର୍ଟାଲର ଉନ୍ମୋଚନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଭାରମ୍ଭ ସମ୍ବଲପୁର ଠାରେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏହା ଦ୍ଵାରା ଓଡିଶାର ପ୍ରାୟ ୪୬ ଲକ୍ଷ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ୯୨୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ହସ୍ତାନ୍ତର କରିବା ଦ୍ୱାରା କୃଷକ ମାନେ ଉପକୃତ ହୋଇପାରିଛନ୍ତି । ସାନଖେମୁଣ୍ଡି ବ୍ଲକରେ ଭିଡିଓ କନ୍ଫରେନ୍ସ ହଲ୍ରେ ବ୍ଲକ କୃଷି ଅଧିକାରୀ ଜୟଦପ୍ରଭା ଆଚାର୍ଯ୍ୟ ସହକାରୀ କୃଷି ଅଧିକାରୀ-ସାର୍ଥକ ପାଣି ସମସ୍ତ ଗ୍ରାମ ପଞ୍ଚାୟତର ସାନଖେମୁଣ୍ଡି ବ୍ଲକର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଏହି କାର୍ଯ୍ୟକ୍ରମରେ ଚାଷି ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ! ଏବଂ ସିମ-କିଷାନ ଯୋଜନାରେ ଦୁଇଟି କିସ୍ତି ମାଧ୍ୟମରେ ପ୍ରତିବର୍ଷ ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀ ମାନଙ୍କୁ ଡିବିଟି ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଯାହାକି କୃଷକ ମାନଙ୍କ ଆର୍ଥିକ ସୁଧାର ଆସିପାରିବ।