ନୂଆଗଡ ବ୍ଲକଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବାବା ସାହେବ ଆମ୍ବେଦକର ଜୁନିଅର କଲେଜ ପରିସର ଠାରେ ପ୍ରଥମ ବ୍ଲକ ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ମହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହୀମୀୟା ରଇତ, ବିଇଓ ନୟନ ମଣ୍ଡଳ, ଏବିଇଓ ଲିଙ୍ଗରାଜ କର୍ଜୀ,ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର, ରାୟଗଡ଼ା ଜିଲ୍ଲା ଆଦିବାସୀ ନେତା ଦାମୋଦର ଶବର, ବ୍ଲକର ସମାଜସେବୀ ଆଦିବାସୀ ନେତା ଇଡ ମଣ୍ଡଳ,ସୁଦାମ ଶବର,କିଶୋର ପ୍ରଧାନ ଯୋଗଦାନ କରି ମଞ୍ଚାସିନ ହୋଇଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୟୋଲନ ସହ ଡାକର ଆମ୍ବେଦକରଙ୍କ ପ୍ରତ୍ତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଉତ୍ସବକୁ ଶୁଭରମ୍ଭ କରିଥିଲେ। ଶିକ୍ଷକ ଇନାମ ଗମାଙ୍ଗ ଦ୍ଵାରା ସ୍ବାଗତ ଗୀତ ଗାନ କରିବା ସହ ଆଦିବାସୀ ମାନଙ୍କ ସମ୍ପର୍କେ ଏବଂ ପାରମ୍ପରିକ ବିଷୟରେ ପ୍ରବନ୍ଧ ପାଠ କରି ଶୁଣାଇଥିଲେ। ଅତିଥି ମାନେ ଆଦିବାସୀ ମାନଙ୍କ ଉତ୍ପତ୍ତି ଓ ପରମ୍ପରା ସହିତ ଆଦିବାସୀ ସମସ୍ତେ ଧର୍ମ, ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇଚାରା ବଜାଇ ରଖିବା ନେଇ ଅଭିଭାଷଣରେ କହିଥିଲେ ଏବଂ ଆଦିବାସୀ ମାନଙ୍କ ଲୋକଙ୍କ ଉନ୍ନତି ପାଇଁ ସବିଶେଷ ଆଲୋଚନା କରିଥିଲେ। ତତ୍ପରେ ଏବିଇଓ ଲିଙ୍ଗରାଜ କର୍ଜୀଙ୍କ ପରିଚାଳନାରେ ସଉରା ନୃତ୍ୟ, ସାରଙ୍ଗୀ,ମହୁରୀ, ବଙ୍ଗସି ବାଦନ ଓ ଲୋକ ଗୀତ ମାଧ୍ୟମରେ ସାଙ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟ କ୍ରମରେ ବ୍ଲକର ଆଦିବାସି ସଂଘର ସଭାପତି ମିନ ମଣ୍ଡଳ,ସମ୍ପାଦକ ଏନୋଷ ମଣ୍ଡଳ,କୋଷାଧ୍ୟକ୍ଷ ସୁରେନ୍ଦ୍ର ମଣ୍ଡଳ ଏହି ସମସ୍ତ କାର୍ଯ୍ୟର ଆୟୋଜନ କରିଥିଲେ। ଶେଷରେ ସୁଦାମ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକର ଆଦିବାସୀ ସରପଞ୍ଚ,ସମିତି ମେମ୍ବର ସମେତ ଶତାଧିକ ଆଦିବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।